ବର୍ଷା ଆଗମନରେ ଛତୁର ପସରା

କୋଳିମାଟି, ୧୧ା୭-(ଡି.ଏନ.ଏ.)-ବର୍ଷା ଦିନରେ ଆଗମନରେ ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ଫୁଟିଥାଏ। ଏହା ଦେଖିବାକୁ ସୁନ୍ଦର ହୋଇଥିବାଳେ ଖାଇବାକୁ ମଧ୍ୟ  ସୁଆଦିଆ ହୋଇଥାଏ। ଗାଁରୁ ସହର ପର୍ଯ୍ୟନ୍ତ ଲୋକ ଏହି ଛତୁକୁ ବେଶ୍‌ ଆଗ୍ରହର ସହ କିଣିଥାନ୍ତି। କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ସାପ୍ତାହିକ ହାଟରେ  ବିଭିନ୍ନ ପ୍ରକାର ଜଙ୍ଗଲ ଛତୁ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। କୋଳିମାଟି ଅଞ୍ଚଳ ଜଙ୍ଗଲ ପରିପୂର୍ଣ୍ଣ ରହିଥିବାରୁ ସେଠାରେ ବସ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ସକାଳୁ ଜଙ୍ଗଲକୁ ଯାଇ ବିଭିନ୍ନ ପ୍ରକାର ଛତୁ ଗୋଟାଇ ଆଣି ହାଟରେ ବିକ୍ରି କରିଥାନ୍ତି। ପ୍ରତ୍ୟେକ ବର୍ଷ ଠିକ ଏହି ବର୍ଷା ଋତୁରେ ହିଁ ଜଙ୍ଗଲରେ ଛତୁ ହୋଇଥାଏ। ଗରିବ ଆଦିବାସୀ ଲୋକେ ଛତୁ ବିକ୍ରି କରି ନିଜ ପରିବାର ଗୁଜରାଣ କରିଥାନ୍ତି ା