Posted inରାଜ୍ୟ

ବର୍ଷା ଆଗମନର ସୂଚନା ଦିଏ ବାଇଚଢ଼େଇ

ଗଣିଆ,୧୯ା୫(ଡି.ଏନ.ଏ.)- ଆଜିର ବିଜ୍ଞାନ ଯୁଗରେ ଲୋକମାନେ ପୂର୍ବରୁ ପ୍ରାକୃତିକ ଜଳବାୟୁ ସମ୍ପର୍କରେ ଜାଣିପାରୁଛନ୍ତି। ହେଲେ ଅତୀତରେ ପ୍ରାକୃତିକ ଜଳବାୟୁ ଓ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟ ସମ୍ପର୍କରେ ପଶୁପକ୍ଷୀଙ୍କଠାରୁ ସୂଚନା ମିଳୁଥିଲା। ଯେପରିକି ଭୂମିକମ୍ପ ପୂର୍ବରୁ ମୂଷାମାନେ ଗାତରୁ ବାହାରି ଏଣେତେଣେ ଦୌଡିଥାନ୍ତି। ବନ୍ୟା ଆସିବା ଆଗରୁ ପିମ୍ପୁଡି ଓ ଜନ୍ଦାମାନେ ନିଚ୍ଚସ୍ଥାନରୁ ବାହାରି ଉଚ୍ଚସ୍ଥାନକୁ ଚାଲିଯାଇଥାନ୍ତି। ଘରଚଟିଆର ଧୂଳିଗାଧୁଆ ଦେଖି ଲୋକମାନେ ହଠାତ୍‌ ବର୍ଷା ହେବାର ପ୍ରାକ୍‌ ସୂଚନା ପାଇଥାନ୍ତି। ସେହିପରି ମୌସୁମୀ ବର୍ଷା ଆଗମନ ପୂର୍ବରୁ ବାଇଚଢେଇ ଉଚ୍ଚ ଗଛରେ ବସା ବାନ୍ଧିବା ଆରମ୍ଭ କରିଦେଇଥାଏ। ସେଥିପାଇଁ ବିଗତ ସମୟରେ ବାଇଚଢେଇକୁ ଚାଷୀକୁଳ ତା’ର ପାଣିପାଗ କେନ୍ଦ୍ର ବୋଲି ଆଖ୍ୟା ଦେଇଆସୁଥିଲା ା ବାଇଚଢେଇର ବସା ବାନ୍ଧିବା ଦେଖି ଚାଷୀମାନେ ଚାଷବାସ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ବାଇଚଢେଇ କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହାର କାରିଗରି କୁଶଳୀ ଜ୍ଞାନ ଅତ୍ୟନ୍ତ ନିପୁଣ। ଏଥିପାଇଁ ଏହି ପକ୍ଷୀଟିକୁ କେହି କେହି ଯନ୍ତ୍ରୀ ପକ୍ଷୀର ଆଖ୍ୟା ଦେଇଥାନ୍ତି। ଏହି ପକ୍ଷୀଟି ନିଜ ଥଣ୍ଟ ସାହାଯ୍ୟରେ ଖଜୁରି, ନଡିଆ ଓ ତାଳପତ୍ରକୁ ଚିରି ପାତି କରି ଅତିସୂଷ୍ମ ଭାବରେ ନିଜର ବସା ତିଆରି କରିଥାଏ। ଯେତେ ଝଡତୋଫାନ ଆସିଲେ ମଧ୍ୟ ବସା ମଧ୍ୟକୁ ପାଣି ଭେଦ କରିପାରି ନ ଥାଏ ା ବିଶେଷକରି ନଡିଆ, ତାଳ ପରି ବହୁ ଉଚ୍ଚ ଗଛ ପତ୍ରର ଅଗ୍ରଭାଗରେ ଏହି ଚଢେଇ ନିଜର ବସା ବାନ୍ଧିଥାଏ। ଏହାଦ୍ୱାରା ସେ ଶତ୍ରୁ ଦାଉରୁ ନିଜକୁ ସୁରକ୍ଷିତ ରଖିଥାଏ ା ବାଇଚଢେଇ ଦୁଇପ୍ରକାର ବସା ତିଆରି କରିଥାଏ। ମାଈ ବାଇଚଢେଇଟି ଯେଉଁ ବସାରେ ଡିମ୍ବ ବା ଛୁଆ ଦେଇଥାଏ ତାହାକୁ ସେ ଏକ ସୁରକ୍ଷିତ ଖୋଳପା ଭାବେ ନିର୍ମାଣ କରିଥାଏ। ସେହିପରି ଅଣ୍ଡିରା ବାଇଚଢେଇ ତା’ ବସାକୁ ଏକ ଦୋଳି ସଦୃଶ୍ୟ ତିଆରି କରିଥାଏ। ସୁଲୁସୁଲିଆ ପବନ ବହୁଥିବା ବେଳେ ନଡିଆ, ଖଜୁରି ଓ ତାଳ ଭଳି ଉଚ୍ଚା ଉଚ୍ଚା ଗଛରେ ବାଇଚଢେଇ ବସାରେ ବସି ଦୋହଲୁଥିବା ଦୃଶ୍ୟ ବେଶ୍‌ ମନୋମୁଗ୍ଧକର। ଏହି ପକ୍ଷୀର ବସା ନିର୍ମାଣ ଶୈଳୀ ସମ୍ପର୍କରେ ଯନ୍ତ୍ରୀ ଓ ବିଜ୍ଞାନୀମାନେ ଏବେ ବି ରିସର୍ଚ୍ଚ ଜାରି ରଖିଛନ୍ତି। ଧୂସର ରଙ୍ଗର ଏହି ଚଢେଇର ମୁଣ୍ଡରେ ଟୋପି ସଦୃଶ ଏକ ହଳଦୀ ରଙ୍ଗର ଚିହ୍ନ ରହିଥାଏ। ବସାରେ ବସିଥିବା ବେଳେ ଏହାର କିଚିରିମିଚିରି ଶବ୍ଦ ପ୍ରକୃତିପ୍ରେମୀଙ୍କୁ ବେଶ୍‌ ଆନନ୍ଦ ଦେଇଥାଏ। ତେବେ ଦିନକୁ ଦିନ ତାଳ, ଖଜୁରି ଓ ନଡିଆ ଗଛ ଲୋପ ପାଉଥିବାରୁ ବାଇଚଢେଇଙ୍କୁ ଆଉ ପୂର୍ବଭଳି ବହୁ ପରିମାଣରେ ଦେଖିବାକୁ ମିଳୁନାହିଁ। ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଅଧିକ ପରିମାଣର ଖଜୁରି ଓ ତାଳଗଛ ରୋପଣ କରାଯାଇ ଏମାନଙ୍କ ସଂରକ୍ଷଣ ପାଇଁ ଧ୍ୟାନ ଦିଆଗଲେ ଏହି ଚଢେଇ ବଂଶ ବିସ୍ତାର ହୋଇପାରନ୍ତା ବୋଲି ବହୁ ପ୍ରକୃତିପ୍ରେମୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri