Advertisement

ବର୍ଷା ଦିନରେ ଚାଲିଛି ମୋରମ କାମ

ଚମ୍ପୁଆ, ୨୯।୮(ଡି.ଏନ.ଏ.)- ଚମ୍ପୁଆ ଏନ.ଏ.ସିର ୨ନଂ ୱାର୍ଡ ପାଞ୍ଚପୋଖରିଆ ଗ୍ରାମ ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ନିର୍ମାଣ ପାଇଁ ମୋରମ ବିଛା ହୋଇଥିବାରୁ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁଚନା ଅନୁସାରେ ପାଞ୍ଚପୋଖରିଆ ଗା୍ରମରାସ୍ତା ନିର୍ମାଣ ପାଇଁ ଏନଏସି ନିକଟରେ ଦିର୍ଘ ଦିନରୁ ଗ୍ରାମବାସୀ ଦାବି କରି ଆସୁଥିଲେ.। ବର୍ଷା ଦିନ ପୂର୍ବରୁ ଏହି ରାସ୍ତାକାମ କରା ନ ଯାଇ ବର୍ଷା ସମୟରେ କାମ ନେଇଥିବା ଠିକାଦାର ଗାଁ ମଝିରେ ମୋରମ ପକାଇ ଥିଲେ। ମାତ୍ର ଲଗାଣ ବର୍ଷା ଫଳରେ କାଦୁଅ ଭର୍ତ୍ତି ଏହି ରାସ୍ତା ଦେଇ ଯିବା ଆସିବା କରିବା ଗ୍ରାମବାସୀଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ହୋଇପଡିଛି। ପାଦରେ ଚାଲିଯିବା ମଧ୍ୟ କଷ୍ଟକର ହୋଇପଡିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ଠିକାଦାରଙ୍କୁ ବିଭାଗୀୟ ଯନ୍ତ୍ରୀ ଏହା ଉପରେ କ୍ରଶର ଗୁଣ୍ଡ ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ହେଲେ ଆବଶ୍ୟକ ଗୁଣ୍ଡ ପକାଯାଇ ପାରି ନ ଥିବା ଫଳରେ ଗ୍ରାମବାସୀଙ୍କୁ ହୀନସ୍ତା ହେବାକୁ ପଡୁଛି ବୋଲି ଗାମବାସୀ କହିଛନ୍ତି। ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସୁଶିଲ କୁମାର ମୁର୍ମୁ କହିଛନ୍ତି ଯେ, ତୁରନ୍ତ ପଦକ୍ଷେପ ସ୍ବରୂପ ଆବଶ୍ୟକ ଗୁଣ୍ଡ ପକାଯାଇ ଗ୍ରାମବାସୀଙ୍କ ଚାଲିବା ପାଇଁ ସୁବିଧା କରାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share