Categories: ଜାତୀୟ

ବର୍ଷା ନେଲାଣି ୨ଶହରୁ ଊର୍ଦ୍ଧ୍ୱ ଜୀବନ

ମୁମ୍ବାଇ,୧୫।୯: ମହାରାଷ୍ଟ୍ରରେ ଚଳିତ ଥର ବର୍ଷାରେ ଏପର୍ଯ୍ୟନ୍ତ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହାଇଥିବା ବେଳେ ୬ଶହରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଉଛି। ଘରଠାରୁ ବାହାର ହସ୍ପିଟାଲ ଠାରୁ ରେଲଓ୍ବେ ଷ୍ଟେଶନ ସବୁଠି ପାଣି ଆଉ ପାଣି। ଏହା ସାଧାରଣ ଜୀବନ ଯାତ୍ରା ଉପରେ ଖୁବ୍‌ ପ୍ରଭାବ ପକାଇଛି। ତେବେ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୧୧୬୪.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସାଧାରଣ ବର୍ଷାଠାରୁ ୩୩ ପ୍ରତିଶତ ଅଧିକ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ଏଠାରେ ପ୍ରାୟ ୩୬ଟି ଜିଲା ପାଣିଘେର ମଧ୍ୟରେ ରହିଛି। ଅନ୍ୟପଟେ ପାଣିପାଗ ବିଭାଗ କହିଛି ଆସନ୍ତା ୧୨ ଘଣ୍ଟା ମଧ୍ୟ ପ୍ରବଳ ବର୍ଷା ହୋଇପାରେ।

Share