Categories: ଜାତୀୟ

ବର୍ଷା ପରେ ବି କମୁନି ରାଜଧାନୀରେ ପ୍ରଦୂଷଣର ସ୍ତର

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀ ଏନ୍‌ସିଆର୍‌ରେ ବର୍ଷା ପରେ ବି କମୁନି ପ୍ରଦୂଷଣର ମାତ୍ରା। ଶନିବାର ରାତିରେ ଦିଲ୍ଲୀର କିଛି ଅଂଶରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଏବେବି ସେଠାରେ ବାୟୂ ପ୍ରଦୂଷରର ସ୍ତର ସାଂଘାତିକ ଅବସ୍ଥାରେ ରହିଛି। ରବିବାର ସକାଳେ ଏଠାକାର ପ୍ରଦୂଷଣର ମାତ୍ରା ମଧ୍ୟ ପୂର୍ବଭଳି ଅପରିବର୍ତ୍ତିତ ରହିଥିବା ଦେଖାଯାଇଛି। ଦିଲ୍ଲୀ ଆଇଟିଓରେ ସର୍ବାଧିକ ପ୍ରଦୂଷଣ ସ୍ତର ୪୮୬ ରେକର୍ଡ କରାଯାଇଛି। ଆନନ୍ଦ ବିହାର ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ୪୭୮ ଥିବା ବେଳେ ବିବେକ ବିହାରରେ ୪୮୩ ରେକର୍ଡ କରାଯାଇଛି। ଏ ସମସ୍ତ ସାଂଘାତିକ ସ୍ତର ବୋଲି କୁହାଯାଉଛି। ଫଳରେ ଏବେ ସେଠାରେ ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।

Share