Categories: ଜାତୀୟ

ବର୍ଷା ପାଇଁ ଆନ୍ଧ୍ରପ୍ରଦେଶରେ ଆୟୋଜିତ ହେଲା ବରୁଣ ଯଜ୍ଞମ୍‌

ଚିତୋର,୨୩।୭: ଆଧୁନିକ ବିଜ୍ଞାନ ବଳରେ ମଣିଷ ବହୁ ଚମତ୍କାର କରିବାରେ ଲାଗିଛି। ତେବେ ଏବେ ମଧ୍ୟ ସମାଜର କେତେକ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଦେଖିବାକୁ ମିଳିଛି। ସ୍ଥାନୀୟ ଶ୍ରୀକଳହସ୍ତୀଶ୍ୱର ମନ୍ଦିରର ପୂଜକଙ୍କ ଦ୍ୱାରା ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ବରୁଣ ଯଜ୍ଞମ୍‌ ନାମକ ସ୍ବତନ୍ତ୍ର ଯଜ୍ଞାନୁଷ୍ଠାନ କରାଯାଇଛି। ଏହି ସ୍ବତନ୍ତ୍ର ଯଜ୍ଞାନୁଷ୍ଠାନ ଚୌଦେପାଲେ ସ୍ଥିତ ମୃତ୍ୟୁଞ୍ଜୟ ମନ୍ଦିରରେ ଅନୁଷ୍ଠିତ ହୋଇଛି। ଶ୍ରଦ୍ଧାଳୁମାନେ ଏହି ଯଜ୍ଞାନୁଷ୍ଠାନରେ ଯୋଗଦେବା ପାଇଁ କଳସୀରେ ପବିତ୍ର ନଦୀର ଜଳ ଆଣିଥିବା କୁହାଯାଉଛି।

Share