ବର୍ଷା ପାଇଁ ଇନ୍ଦ୍ରପୂଜା କଲେ ତରବୋଡ ଗ୍ରାମବାସୀ

ନୂଆପଡା ଅଫିସ/ତରବୋଡ,୪।୮(ଡି.ଏନ.ଏ.)ନୂଆପଡା ଜିଲାରେ ଲାଗ ଲାଗ ମରୁଡି ପରିସ୍ଥିତି ଉପୁଜୁଛି । ଗତବର୍ଷ ଭଳି ଏଥର ମଧ୍ୟ ଜିଲାବ୍ୟାପି ମରୁଡି ସ୍ଥିତି ଆସିଥିବାବେଳେ ଚାଷୀକୂଳ ଇତସ୍ତତଃ ହୋଇପଡିଛନ୍ତି । ଅଗଷ୍ଟ ମାସ ଆସିଥିବାବେଳେ ଚାଷ କାର୍ଯ୍ୟ ଅଧୁରା ହୋଇପଡିଛି। ଧାନ ରୁଆ ହୋଇପାରୁ ନ ଥିବାବେଳେ ପଲା ମରିବାକୁ ବସିଛି । ବୁଣା ଧାନକୁ ବିହୁଡା ହୋଇପାରୁନାହିଁ। ଜମି ଫାଟି ଆଁ କରୁଛି। ଆକାଶରେ କଳା ବାଦଳ ଦେଖିବାକୁ ମିଳୁଛି। ପରେ ତାହା କୁଆଡେ ଉଭାନ ହୋଇଯାଉଛି। ରାଜ୍ୟ ପାଣିପାଗ ବିଭାଗ ବାରମ୍ବାର ନୂଆପଡାରେ ବର୍ଷା ହେବ ବୋଲି ପ୍ରାକ୍‌ ସୂଚନା ଦେଉଥିବାବେଳେ ବର୍ଷାର ନାଁ ଗନ୍ଧ ଦେଖିବାକୁ ମିଳୁ ନ ଥିବାରୁ ଚାଷୀଙ୍କ ଆଖିରୁ ନିଦ ହଜିଯାଉଛି । ଅନନ୍ୟୋପାୟ ହୋଇ ପୂଜାପାଠ କରିବାକୁ ବସିଲେଣି । ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ଗ୍ରାମବାସୀ ବର୍ଷା ପାଇଁ ଇନ୍ଦ୍ରପୂଜା କରି ବର୍ଷାକୁ ଆମନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି।

Share