Categories: ଫୁରସତ

ବର୍ଷା ପାଇଁ ମହିଳା ରାତିରେ କରନ୍ତି ହଳ….

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଉତ୍ତରପ୍ରଦେଶ କାନପୁରରେ ଇନ୍ଦ୍ରବେଦଙ୍କୁ ଖୁସି କରିବା ପାଇଁ ସ୍ଥାନୀୟ ଦୋଲପୁରରେ ରାତିରେ ମହିଳାମାନେ ହଳ କରନ୍ତି। ଏହି ପରମ୍ପରା ଏଠାରେ ପୁରାତନ କାଳରୁ ପ୍ରଚଳିତ। ବର୍ଷାର ଅଭାବରେ ଏଭଳି କରାଯାଇଥାଏ ବୋଲି ଲୋକେ କୁହନ୍ତି। ଏହାଦ୍ୱାରା ଇନ୍ଦ୍ରଦେବ ସନ୍ତୁଷ୍ଟ ହୋଇ ବର୍ଷା କରାଇଥାନ୍ତି। ଏହି ଅଞ୍ଚଳରେ ଅଧିକାଂଶ ସମୟରେ ମରୁଡ଼ି ପଡ଼ିଥାଏ। ତେଣୁ ଏଭଳି ପରମ୍ପରା ପାଳନ କରାଯାଇଥାଏ। ମହିଳାମାନେ ହଳ କରିବା ସହିତ ଭକ୍ତି ସଙ୍ଗୀତ ଗାନ କରିଥାନ୍ତି। ସେହିପରି ବୁନ୍ଦେଲଖଣ୍ଡ, ଗୁଜରାଟର ନିମାର ଅଞ୍ଚଳରେ ଥିବା ଖରଗାଓଁରେ ମଧ୍ୟ ମହିଳାମାନେ ଏଭଳି କରିଥାନ୍ତି। ତେବେ ଏସବୁଠାରେ ମହିଳା ତଥା ପ୍ରାପ୍ତ ବୟସ୍କା ଯୁବତୀ ରାତିରେ ମୁଣ୍ଡରେ ଓଢ଼ଣା ନ ଦେଇ ହଳ କରିଥାନ୍ତି। ଏହା ଦ୍ୱାରା ବର୍ଷା ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ରହିଛି ବିଶ୍ୱାସ।

Share