Categories: ଜାତୀୟ

ବର୍ଷା ପାଇଁ ସ୍ବତନ୍ତ୍ର ନମାଜ ପଢିଲେ ମଦୁଲାଇ ମୁସଲମାନ

ମଦୁରାଇ,୨୪।୬: ତାମିଲନାଡୁରେ ଲୋକେ ଏବେ ଉତ୍କଟ ଜଳ ସମସ୍ୟା ଦେଇ ଗତି କରୁଛନ୍ତି। ଦେଶର କେତେକ ସ୍ଥାନରେ ମୌସୁମୀ ପ୍ରବେଶ କରିଥିବା ବେଳେ ତାମିଲନାଡୁରେ କିନ୍ତୁ ବର୍ଷା ହୋଇନାହିଁ। ଏଥିପାଇଁ ମୁସଲମାନମାନେ ଏକ ସ୍ବତନ୍ତ୍ର ନମାଜ ପାଠର ଆୟୋଜନ କରିଛନ୍ତି। ବର୍ଷା ପାଇଁ ନମାଜ ପାଠ ସହ ଏମାନେ ଉପବାସ ମଧ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ଭଲ ବର୍ଷା ପାଇଁ ଏଠାରେ ଯଜ୍ଞର ଆୟୋଜନ ମଧ୍ୟ କରାଯାଇଥିଲା।

Share