Advertisement

ବର୍ଷା ପୂର୍ବରୁ କାମ ସାରିବାକୁ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଗାଁ (ଡି.ଏନ.ଏ)/ନୟାଗଡ଼ ଅଫିସ,୧୨।୬- ନୟାଗଡ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ମଙ୍ଗଳବାର ଅପରାହ୍ନ ୫ଟାରେ ରାଜ୍ୟ କୃଷି, ମତ୍ସ୍ୟ, ପଶୁପାଳନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ଡ.ଏନ. ତିରୁମାଲା ନାୟକ ଅଧ୍ୟକ୍ଷତା କରିଥିଲେ। କିଭଳି ଭାବରେ ଓଡିଶାକୁ ପ୍ରଗତି ପଥରେ ଆଗେଇ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରାଯାଇ ପାରିବ ସେ ନେଇ ଅଧିକାରୀମାନଙ୍କ ସହ ମନ୍ତ୍ରୀ ସାହୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ନିର୍ବାଚନ ଏବଂ ବାତ୍ୟା ଫନୀ ପାଇଁ ସମସ୍ତ କାର୍ଯ୍ୟ ଓ ପ୍ରକଳ୍ପ ତ୍ୱରାନ୍ବିତ ହେବାରେ ବାଧା ସୃଷ୍ଟି ହୋଇଛି ା ତେଣୁ ସେସବୁ ବକେୟା କାମଗୁଡ଼ିକୁ ବର୍ଷା ଆସିବା ପୂର୍ବରୁ କିଭଳି ଭାବେ ଶେଷ କରାଯିବ ସେ ନେଇ ସମସ୍ତ ବିଭାଗୀୟ ଅଧିକାରୀ ଚେଷ୍ଟା କରିବା ପାଇଁ ମନ୍ତ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ। କେଉଁ କାର୍ଯ୍ୟ କିଭଳି ଭାବେ ସମ୍ପାଦନ କରାଯିବ ତାହାର ଏକ ଖସଡ଼ା ଯଥାଶୀଘ୍ର ପ୍ରସ୍ତୁତ କରିବା ଲାଗି ମଧ୍ୟ ପରାମର୍ଶ ଦେଇଥିଲେ ା ଉନ୍ନତିମୂଳକ କାର୍ଯ୍ୟ ପାଇଁ ଦିଆଯାଇଥିବା ଅନୁଦାନ ରାଶି ଯେପରି ଫେରି ନ ଯାଏ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, କ୍ଷୁଦ୍ରଜଳସେଚନ, ଜଳସେଚନ, ଉଠାଜଳସେଚନ, ଉଦ୍ୟାନ, କୃଷି, କ୍ରୀଡ଼ା, ସଂସ୍କୃତି, ଯୋଗାଣ, ପଞ୍ଚାୟତ, ମସତ୍‌ୟ, ପଶୁପାଳନ, ସମାଜ ମଙ୍ଗଳ, ଶିକ୍ଷା, ସ୍ବାସ୍ଥ୍ୟ, ନଗର ଉନ୍ନୟନ ଏବଂ ମଙ୍ଗଳ ବିଭାଗ ଆଦିଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ା ବରିଷ୍ଠ ନାଗରିକ ତଥା ଯୋଗ୍ୟ ହିତାଧିକାରୀମାନେ ଯେପରି ସୁବିଧା ସୁଯୋଗ ପାଇ ପାରିବେ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କୁ ସହଯୋଗ କରିବା ପାଇଁ ମନ୍ତ୍ରୀ ସାହୁ ପରାମର୍ଶ ଦେଇଥିଲେ ା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ, ଅତିରିକ୍ତ ଜିଲାପାଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଜିଲାପାଳ ଧନ୍ୟବାଦ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share