ବର୍ଷା ବଢ଼ାଇଲା ଦୁର୍ଦ୍ଦଶା: ଡାକ୍ତରଖାନାରେ ପଶିଲା ଡ୍ରେନ ପାଣି

ପାଲଲହଡା,୧୪।୮(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ମଙ୍ଗଳବାର ଡ୍ରେନ ପାଣି ପଶିଯିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ହନ୍ତସନ୍ତ ହୋଇଛନ୍ତି। ସୋମବାରଠାରୁ ଲାଗି ରହିଥିବା ବର୍ଷା ଯୋଗୁ ଡ୍ରେନ୍‌ ପାଣି ନିଷ୍କାସନ ହୋଇ ନ ପାରି ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ପ୍ରତିବର୍ଷ ବର୍ଷା ଦିନେ ଏପରି ସମସ୍ୟା ସୃଷ୍ଟି ହେଉଥିଲେ ବି ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ନିମନ୍ତେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।