ବର୍ଷା ଯୋଗୁ ଟସ୍‌ରେ ବିଳମ୍ବ

ନଟ୍ଟିଂହାମ,୧୩।୬: ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଲାଗି ଟସ୍‌ରେ ବିଳମ୍ବ ହୋଇଛି। ଓଦା ଆଉଟ୍‌ ଫିଲ୍ଡ ଓ ପରେ ବର୍ଷା ଯୋଗୁ ଏପର୍ଯ୍ୟନ୍ତ ଟସ୍‌ ପଡ଼ିପାରି ନାହିଁ। ଏବେ ବର୍ଷା ବନ୍ଦ ହୋଇଯାଇଥିବାରୁ ଗ୍ରାଉଣ୍ଡରୁ ସମସ୍ତ କଭର୍ସ ହଟାଇ ଦିଆଯାଇଛି। ମ୍ୟାଚ୍‌ ଅଫିସିଆଲ ୪ଟାରେ ଗ୍ରାଉଣ୍ଡ ଇନ୍ସପେକଶନ କରିବେ ବୋଲି ସୂଚନା ମିଳିଛି।

Share