ବର୍ଷା ଯୋଗୁ ଟ୍ରେନ୍‌ ସେବା ବାଧାପ୍ରାପ୍ତ: ବହୁ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ବଙ୍ଗେପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଟ୍ରେନ୍‌ ସେବା ବ୍ୟାହତ ହୋଇଛି। ଆଜି ଯିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ ଚଳାଚଳ ଉଭୟ ପାର୍ଶ୍ୱରୁ ବନ୍ଦ ରହିଛି। ସେହିପରି ଆଜି ଯିବାକୁ ଥିବା ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ କରାଯାଇଛି। ଏନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଏହାବ୍ୟତୀତ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ପାସ ଟ୍ରେନ ଆଜି ପାଇଁ ବାତିଲ ହୋଇଛି।

Share