Categories: ଖେଳ

ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ଶେଷ

ଓ୍ବେଲିଂଟନ,୨୧।୨- ସ୍ଥାନୀୟ ବାସିନ ରିଜର୍ଭ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ବର୍ଷା ଓ ଖରାପ ପାଗ କାରଣରୁ ପୂରା ଦିନରେ ମାତ୍ର ୫୫ ଓଭର ଖେଳାଯାଇ ପାରିଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫୫ ଓଭର ଖେଳ ସୁଦ୍ଧା ୫ ଉଇକେଟ ହରାଇ ୧୨୨ ରନ୍‌ କରିଛି। ପୃଥ୍ବୀ ଶ (୧୬), ମୟଙ୍କ ଅଗ୍ରଓ୍ବାଲ (୩୪) ଚେତେଶ୍ୱର ପୂଜାରା (୧୧), ଅଧିନାୟକ ବିରାଟ କୋହଲି (୨) ଓ ହନୁମା ବିହାରୀ (୭) ବିଫଳ ହୋଇଥିଲେ। ଫଳରେ ୧୦୧ ରନ୍‌ରେ ଦଳ ୫ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ପରେ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟାଟିଂ ସମ୍ଭାଳିଥିଲେ। ଦୁହେଁ ୬ଷ୍ଠ ଉଇକେଟ ପାଇଁ ୨୧ ରନ୍‌ ଯୋଡ଼ିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଅଜିଙ୍କ୍ୟ ୩୮ ଓ ପନ୍ତ ୧୦ ରନ୍‌ କରି ଅପରାଜିତ ଅଛନ୍ତି। ଘରୋଇ ଦଳର ବୋଲରଙ୍କ ମଧ୍ୟରେ ପଦାର୍ପଣକାରୀ କାଇଲ ଜାମିସନ ୩ ଉଇକେଟ ହାସଲା କରିଛନ୍ତି।

Share