ବର୍ଷା ଯୋଗୁ ବଲାଙ୍ଗୀର ଜିଲାର ସମସ୍ତ ସ୍କୁଲ, କଲେଜ ଛୁଟି

ବଲାଙ୍ଗୀର ଅଫିସ, ୧୩।୮: ବଲାଙ୍ଗୀର ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଜିଲାର ସମସ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ପାଣି ପ୍ରବାହିତ ହେଉଛି। ସହରର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗାଡ଼ି ଚଳଚଳ ବନ୍ଦ ରହିଛି। ତଳିଆ ଅଞ୍ଚଳ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଓଡ୍ରାଫ୍‌ ଟିମ୍‌ ଲାଗିପଡ଼ିଥିବା ବେଳେ ଜିଲାପାଳ ସ୍ଥିତି ତଦାରଖ କରୁଛନ୍ତି।