ଭିଏନ୍ନା,୨୯।୫- ଶହ ଶହ ପ୍ରଶଂସକ ବର୍ଷାରେ ଧାଡ଼ିରେ ଛିଡ଼ା ହୋଇ କିମ୍ବଦନ୍ତୀ ଫର୍ମୁଲା ଓ୍ବାନା ଡ୍ରାଇଭର ନିକି ଲୌଡ଼ାଙ୍କ ଶେଷ ଦର୍ଶନ କରିଛନ୍ତି। ୩ ଥର ବିଶ୍ୱ ଚାମ୍ପିୟନଙ୍କ ମରଶରୀରକୁ ତାଙ୍କ ସହର ଭିଏନ୍ନାସ୍ଥିତ ସେଣ୍ଟ ଷ୍ଟିଫେନ୍ସ କାଥେଡ୍ରାଲରେ ଅନ୍ତିମ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ଲୌଡ଼ାଙ୍କ ସ୍ତ୍ରୀ ବ୍ରିଟ୍ ଓ ଦୁଇ ପୁଅ କଫିନରେ ନାଲି ଓ ଧଳା ରଙ୍ଗର ହେଲମେଟ ରଖିଥିଲେ। ୧୯୭୬ରେ ଏକ ରେସ୍ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ସେଥିରେ ତାଙ୍କ ଶରୀର ପ୍ରାୟ ଜଳିଯାଇଥିଲା ଏବଂ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଥିଲା। କିନ୍ତୁ ସେ ସୁସ୍ଥ ହୋଇ ବିଶ୍ୱ ଚାମ୍ପିୟନ ହୋଇଥିଲେ। ଏଥିଲାଗି ଫର୍ମୁଲା ଓ୍ବାନ ରେସର ପ୍ରଶଂସକଙ୍କ ଦୃଦୟରେ ସେ ସର୍ବଦା ଉଜ୍ଜୀବିତ ରହିବେ।