ବର୍ଷେ ନ ପୂରୁଣୁ କୋଟଗଡ, ତୁମୁଡିବନ୍ଧ ରାସ୍ତା ଶୋଚନୀୟ: ଯାତାୟାତ ବାଧାପ୍ରାପ୍ତ

କୋଟଗଡ଼,୬।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା କୋଟଗଡ଼ ବ୍ଲକଠାରୁ୧୫ କି.ମି ତୁମୁଡିବନ୍ଧ ପର୍ଯ୍ୟନ୍ତ ୫ ନଂ. ରାଜ୍ୟ ରାଜପଥ କାମ ହେବାର ବର୍ଷେ ପୂରିନି। ହେଲେ ରାସ୍ତାରୁ ପିଚୁ ଉଠି ଖାଲଖମାରେ ପରିଣତ ହେଲାଣି। ଭାରିଯାନ ଯିବାଆସିବା ଦ୍ବାରା ରାସ୍ତାରେ ଗାତ ସୃଷ୍ଟି ହେବା ଦ୍ବାରା ବର୍ଷାପାଣି ଜମି ରହୁଛି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନାହାନ୍ତି। ୧୫କି.ମି ରାସ୍ତା ପାର ହେବାକୁ ୧ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଛି। ପୂର୍ତ୍ତବିଭାଗ ଦ୍ବାରା ଏକ ଠିକା କମ୍ପାନୀ ଏହି ରାସ୍ତା କାମ କରିଥିଲା। ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁନୀଲ ଘୋଷଙ୍କୁ ପଚାରିବାରୁ ଏହି କାମର ରକ୍ଷଣାବେକ୍ଷଣ ୩ବର୍ଷ ପର୍ଯ୍ୟନ୍ତ ଠିକା କମ୍ପାନୀ କରିବା କଥା। ମାତ୍ର କ’ଣ ପାଇଁ କରୁନାହିଁ ସେ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Share