ବର୍ଷେ ପରେ ଦୂର ହୋଇନି ସୁଜାତାନଗରବାସୀଙ୍କ ଦୁଃଖ

ପୁରୀ ଅଫିସ, ୧୦ା୮: ସାମାନ୍ୟ ବର୍ଷା ହେଲେ ପୁରୀ ପୌରସଂସ୍ଥା ୧ ନଂ. ୱାର୍ଡର ମାଟିତୋଟା ଏବଂ ସୁଜାତାନଗର ଅଞ୍ଚଳବାସୀଙ୍କ ଦୁଃଖ ବଢିଯାଏ। ଜଳବନ୍ଦୀ ଜୀବନ ଅତିବାହିତ କରିବାକୁ ପଡେ ସେମାନଙ୍କୁ। ଘର ବାହାରକୁ ପାଦ ବଢାଇବା ମାତ୍ରେ ଖାଲି ପାଣି ଆଉ ପାଣିି। ବିଶେଷକରି ବର୍ଷା ଋତୁରେ ଦୀର୍ଘଦିନ ଧରି ପାଣି ଜମି ରହୁଥିବାରୁ ଲୋକମାନଙ୍କ ଜୀବନ ବ୍ୟତିବ୍ୟସ୍ତ ହୋଇପଡେ। ବେଳେ ବେଳେ କୃତ୍ରିମ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ। ଗତବର୍ଷ ଏଭଳି ସମସ୍ୟାରେ ଜର୍ଜରିତ ଅଞ୍ଚଳବାସୀ ବହୁବାର ପ୍ରଶାସନକୁ ଅବଗତ କରାଇଥିଲେ ବି ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରି ନ ଥିଲା। ଇତିମଧ୍ୟରେ ବର୍ଷେ ଅତିକ୍ରାନ୍ତ ହୋଇଯାଇଛିି। ପୁଣି ଆସିଛି ବର୍ଷା ରୁତୁ। ସାମାନ୍ୟ ବର୍ଷାରେ ପୁଣି ଜଳବନ୍ଦୀ ହୋଇଛନ୍ତି ମାଟିତୋଟା ଏବଂ ସୁଜାତାନଗର ଅଞ୍ଚଳବାସୀ। ଏହି ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ବାଇପାସ୍‌ ରୋଡରେ କଲଭର୍ଟ ତିଆରି କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରି ନ ଥିବାରୁ ଏହି ସମସ୍ୟା ଉପୁଜିଛିି।
ସମ୍ପୃକ୍ତ ଅଞ୍ଚଳର ବାସିନ୍ଦା ଶରତ ମିଶ୍ର କହିଛନ୍ତି, ସାମାନ୍ୟ ବର୍ଷା ହେଲେ ମାଟିତୋଟାର ପଞ୍ଚମ ଲେନ୍‌ ଏବଂ ସୁଜାତା ନଗର ବାସିନ୍ଦାଙ୍କ ଦୁଃଖ ବଢିଯାଉଛିି। ସେହିପରି ପ୍ରଶାସନର କରିଥିବା ଡ୍ରେନ୍‌ କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତିି। କଲଭର୍ଟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ଜମୁଛିି। ଏହି ପାଣି ନିଷ୍କାସନ ହୋଇପାରୁ ନାହିଁ। ବେଳେ ବେଳେ ଘର ଭିତରେ ବର୍ଷା ଓ ନଳାପାଣି ପଶି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛିି। ସ୍କୁଲ ପିଲା ପାଠ ପଢିବାକୁ ଯାଇପାରୁନାହାନ୍ତିି। କେହି ରୋଗରେ ପଡିଲେ ଡାକ୍ତରଖାନାକୁ ଯିବାକୁ ହଇରାଣ ହେଉଛନ୍ତିି। ରାସ୍ତାରେ ନଳାପାଣି ଜମିବା ଦ୍ୱାରା କ୍ଷୀର ବ୍ୟବସାୟୀ, ପରିବା ବ୍ୟବସାୟୀ କେହି ବି ଆସୁନାହାନ୍ତିି। ଏକପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ। ଦୀର୍ଘଦିନ ଧରି ପାଣି ଜମି ରହିବାରୁ ଘର ଭୁଶୁଡିବା ଭୟ ମଧ୍ୟ ରହୁଛିି। ଏମିତି କି ବିଭିନ୍ନ ପ୍ରକାର ଚର୍ମରୋଗ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛିି। ସ୍ଥିତି ଏମିତି ରହିଛି ଯେ, ଦିନରେ ମଶାରୀ ଟାଣି ଲୋକେ ରହୁଛନ୍ତିି। ତେଣୁ ଏହାର ସ୍ଥାୟୀ ପ୍ରତିକାର କରିବା ଲାଗି ଅଞ୍ଚଳବାସୀ ଜିଲାପାଳଙ୍କୁ ଗୁହାରି କରିଛନ୍ତିି। ଅନ୍ୟପକ୍ଷରେ ପ୍ରବୀର ରାୟ ମଧ୍ୟ ସମାନ ପ୍ରକାର ଅଭିଯୋଗ କରିଛନ୍ତିି।

Share