Categories: ଜାତୀୟ

ବର୍ଷେ ପର୍ଯ୍ୟନ୍ତ ବଢିବନି ସ୍କୁଲ ଫି

ଲକ୍ଷ୍ନ,୨୮।୪: କରୋନା ମହାମାରୀ ଯୋଗୁ ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଙ୍କଟରୁ ଭାରତ ମଧ୍ୟ ବାଦ୍‌ ଯାଇ ନାହିଁ। ଲକ୍‌ଡାଉନ ଯୋଗୁ ଲୋକେ କାମଧନ୍ଦା ହରାଇଛନ୍ତି। ରୋଜଗାରର ମାଧ୍ୟମ ବନ୍ଦ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ୨୦୨୦-୨୧ ବର୍ଷରେ ଉତ୍ତର ପ୍ରଦେଶରେ କୌଣସି ସ୍କୁଲରେ ଫି ବୃଦ୍ଧି କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ଉକ୍ତ ସ୍କୁଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share