Categories: ବାଣିଜ୍ୟ

ବର୍ଷେ ଯାଏ ହେବନି ବ୍ୟାଙ୍କ୍ରପ୍ସି ଫାଇଲିଂ

ନୂଆଦିଲ୍ଲୀ,୧୮।୫: ଋଣ ଖିଲାପ କ୍ଷେତ୍ରରେ ଆଗାମୀ ବର୍ଷେ ଯାଏ କୌଣସି ନୂଆ ବ୍ୟାଙ୍କ୍ରପ୍ସି ଫାଇଲିଂ ହୋଇପାରିବ ନାହିଁ । ଏହାକୁ ସରକାର ଗୋଟିଏ ବର୍ଷ ଲାଗି ସ୍ଥଗିତ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଏହାବାଦ କମ୍ପାନୀଗୁଡ଼ିକ ଲାଗି ଇନ୍‌ସଲଭେନ୍ସି ସୀମାକୁ ୧ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାକୁ କାର୍ଯ୍ୟକାରୀ କରାଇବା ଲାଗି ସରକାର ଏକ ଅଧ୍ୟାଦେଶ ଆଣିବେ। କୋଭିଡ୍‌ ଯୋଗୁ ଦେଶର ଶିଳ୍ପ କ୍ଷେତ୍ର ବର୍ତ୍ତମାନ ପ୍ରଭାବିତ ହୋଇ ରହିଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ଯୋଗୁ ଋଣ ଶୁଝିବାକୁ ଅସୁବିଧା ହେଉଥିଲେ ଏହାକୁ ଖିଲାପ ଭାବେ ବିଚାର କରାଯିବ ନାହିଁ।

Share