ବର୍ଷ ଶେଷରେ ବିବାଦରେ କପିଲ ଶର୍ମା ଶୋ’

ମୁମ୍ବାଇ: ଟେଲିଭିଜନ ରିୟଲିଟି ଶୋ’ ‘ଦ କପିଲ ଶର୍ମା ଶୋ’ ହାଇଏଷ୍ଟ ଟିଆର୍‌ ପିକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ଥରେ ବିବାଦକୁ ଚାଲିଯାଇଛି। ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରୁଥିବା ଏହି ଶୋ’ର ଅନ୍ୟତମ କଳାକାର ଭାରତ ସିଂଙ୍କୁ ଏବେ କପିଲ ଶର୍ମା ଶୋ’ରୁ ବାହାର କରିଦେବାକୁ ଦାବି କରାଗଲାଣି। ନିକଟରେ ଏକ ଟେଲିଭିଜନ ଶୋ’ରେ ବଲିଉଡ୍‌ ନାୟିକା ରବିନା ଟଣ୍ଡନ, ଫିଲ୍ମ ନିର୍ମାତା ଫରହା ଖାଁ ଓ କମେଡିଆନ୍‌ ଭାରତି ସିଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଥିଲା। ଏହାପରେ ଏବେ ଦର୍ଶକେ ଦାବି କରିଛନ୍ତି କି ଭାରତିଙ୍କୁ କପିଲ ଶର୍ମା ଶୋ’ରୁ ବାହାର କରି ଦିଆଯାଉ । ସୋସିଆଲ ମିଡିଆରେ ଏହି ଦାବି କରାଯାଇଥିବା ବେଳେ ଏବେ ସୁଦ୍ଧା ଏହାକୁ ପ୍ରାୟ ୭ ହଜାର ଲୋକ ସମର୍ଥନ କରିଥିବା କୁହାଯାଉଛି। ଅବଶ୍ୟ ଏହାପରେ ପରହା ପ୍ରଥମେ ନିଜ ପାଇଁ ଓ ସମସ୍ତଙ୍କ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ଏହାପରେ ରବିନା ମଧ୍ୟ ଟୁଇଟ୍‌ କରି କ୍ଷମା ମାଗିଥିଲେ। ହେଲେ ଏହାକୁ ନେଇ ଦର୍ଶକେ ହୁଏତ ଭାରତିଙ୍କ ଉପରେ ରାଗି ଯାଇଛନ୍ତି।

Share