ବର ବିନା ଏକୁଟିଆ ଶାଶୁଘରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି

ପଟିଆଲା, ୩୧।୧୦: ପଞ୍ଜାବର ପଟିଆଲା ଜିଲାର ମ୍ୟାକ୍ସିମମ୍‌ ଜେଲରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ବର-କନ୍ୟା ବିବାହ କରିଥିଲେ ମଧ୍ୟ କନ୍ୟାଙ୍କୁ ଏକୁଟିଆ ଶାଶୁଘରକୁ ଯିବାକୁ ପଡିଛି। ସୂଚନାଯୋଗ୍ୟ, ବୁଧବାର ଆଜୀବନ କାରାଦଣ୍ଡ ଭୋଗୁଥିବା ମନଦୀପ ସିଂଙ୍କ ବିବାହ ଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦୀର୍ଘଦିନର ଗର୍ଲଫ୍ରେଣ୍ଡଙ୍କ ସହ ମନଦୀପଙ୍କ ବିବାହ ଜେଲରେ ଅନୁଷ୍ଠିତ ହୋଇଥିଲା। ବିବାହ ପାଇଁ ଅକ୍ଟୋବର ୩୦ ତାରିଖ ନିର୍ଘଣ୍ଟ କରାଯାଇଥିଲା। ଏଥିପାଇଁ ଜେଲରେ ଏକ ମଣ୍ଡପ ତିଆରି କରାଯାଇଥିଲା। ବିଭିନ୍ନ ହତ୍ୟା ଏବଂ ଚୋରି କେସରେ ମନଦୀପ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି। ଦୁଇବର୍ଷ ତଳୁ ବିବାହ ପାଇଁ କୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ମିଳି ନ ଥିଲା। ପରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Share