ବର ବେଶରେ ସଜ୍ଜିତ ହେଲେ ବାବା ଆଖଣ୍ଡଳମଣି, ଆଜି ଅପରାହ୍ନରେ ହେବ ବିବାହ

ଆରଡ଼ି,୨୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବୁଧବାର ଅପରାହ୍ନରେ ଶିବ ବିବାହ ଅନୁଷ୍ଠିତ ହେବ। ସକାଳୁ ମାତା ପାର୍ବତୀ ଓ ବାବା ମହାଦେବଙ୍କୁ ମଙ୍ଗୁଳା ଯାଇଥିଲା। ପରେ ବାବା ଆଖଣ୍ଡଳମଣିଙ୍କୁ ବରବେଶରେ ସଜ୍ଜିତ କରାଯାଇଥିଲା। ବରମାତା ଜ୍ୟୋତ୍ସ୍ନାରାଣୀ ପାଢ଼ୀ ଓ ପିତା ତପନ ପାଢ଼ୀ ଭକ୍ତି ସହକାରେ ପ୍ରଭୁଙ୍କୁ ବିମାନରେ ବିଜେ କରାଇଥିଲେ । ବର ବିମାନକୁ ୪ ଜଣ ସେବାୟତ ମନ୍ଦିର ବେଢ଼ାରେ ଥିବା ବିବାହ ମଣ୍ଡପକୁ ନେଇଯାଇଥିଲେ। ସେଠାରେ ଅପରାହ୍ନରେ ବିବାହ ସମ୍ପନ୍ନ ହେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସମସ୍ତ କାର୍ଯ୍ୟରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା ।