ବଲାଙ୍ଗୀରରେ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ

ବଲାଙ୍ଗୀର ଅଫିସ, ୩୦ା୫-ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ମୁତାବକ ଶନିବାର ଅପରାହ୍ଣ ସାଢ଼େ ୫ଟାରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ସରକାରୀ ଅଧିକାରୀ ଓ ଜନସାଧାରଣ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ସମର୍ଥନ ଜଣାଇଛନ୍ତି ା ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ କ୍ୟାମ୍ପସରେ ଜିଲାପାଳ ଅରିନ୍ଦମ ଡାକୁଆ, ଏସପି ସନ୍ଦୀପ ମାଡକର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡ ମହେଶ୍ୱର ସ୍ବାଇଁ, ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ସିଡିଏମ୍‌ଓ ଡା ନାରାୟଣ ଥନାପତି, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ମେଡିକାଲ କଲେଜ ଷ୍ଟାଫ୍‌, ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ସାଉଣ୍ଡ ସିଷ୍ଟମ୍‌ର ତାଳେ ତାଳେ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଥିଲେ ା ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ନେତୃତ୍ୱରେ ଜିଲାପାଳ କାର୍ଯ୍ୟାଳୟରେ ସେଠାକାର ଷ୍ଟାଫ୍‌ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିଥିଲେ ା ସେହିପରି ଏସପି ଅଫିସ, ରିଜର୍ଭ ପୋଲିସ, ଟାଉନ୍‌ ଥାନାରେ ମଧ୍ୟ ଏହା ପାଳନ କରାଯାଇଥିଲା ା କଚେରୀ ଛକରେ ବିଜେଡି ନେତା ଓ କର୍ମୀମାନେ ଏହା ପାଳନ କରିଥିଲେ ା ଏଠାରେ ବରିଷ୍ଠ ନେତା ଲଳିତ କୁମାର ନାୟକ, ଜିଲା ବିଜେଡି ଯୁବ ସଭାପତି ଲୋଟସ ଷଡଙ୍ଗୀ, ଓଙ୍କାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା