ବଲାଙ୍ଗୀରରେ ଫସି ରହିଛନ୍ତି ୩୦ ଅଣ ଓଡ଼ିଆ ଶ୍ରମିକ

ବଲାଙ୍ଗିର ଅଫିସ, ୨ା୪-ପଶ୍ଚିମବଙ୍ଗରୁ ବଲାଙ୍ଗୀରକୁ କାମ କରିବାକୁ ଆସିଥିବା ୩୦ ଜଣ ଅଣ ଓଡ଼ିଆ ଶ୍ରମିକ ଏଠାରେ ଫସି ରହିଛନ୍ତି। ସ୍ଥାନୀୟ ଆନନ୍ଦନଗର ନିକଟରେ ସେମାନେ ଏକ ଏକ ଭଡାଘରେ ରହୁଛନ୍ତି । ମହାମାରୀ କରୋନା ଭୂତାଣୁ ଜନିତ ଳକ୍‌ଡାଉନ ଯୋଗୁ ନାହିଁ ନଥିବାର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ରାଜ୍ୟ ବାହାରର ଏହି ଶ୍ରମିକମାନେ। ସେମାନେ କାମ କରୁଥିବା ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ବନ୍ଦ କରିଦେବାରୁ ଏହି ଶ୍ରମିକମାନେ ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଛନ୍ତି। ଏବେ ସେମାନେ କିପରି ଜୀବନ ବିତାଇବେ ତାହାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି। ସେମାନେ କିଭଳି ଘରକୁ ଫେରି ପାରିବେ ସ୍ଥାନୀୟ ପ୍ରଶାସନ ତାହାର ବ୍ୟବସ୍ଥା କରୁ । ନ ହେଲେ ସେମାନଙ୍କୁ ଖାଦ୍ୟପେୟ ଦେବାର ବ୍ୟବସ୍ଥା କରାଯାଉ ବୋଲି ଏହି ଦୁର୍ଦ୍ଦଶାଗ୍ରସ୍ତ ଶ୍ରମିକମାନେ ନିବେଦନ କରିଛନ୍ତି।