ବଲାଙ୍ଗୀରରେ ବନ୍ଦ ପାଳନ: ଯାନବାହନ ଚଳାଚଳ ବନ୍ଦ

ବଲାଙ୍ଗୀର ଅଫିସ, ୮।୧: ବଲାଙ୍ଗୀର ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ବନ୍ଦ ପାଳନ ସଫଳ ହୋଇଛି। ବୁଧବାର ସକାଳ ୬ଟାରୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ପାଳନ ଆରମ୍ଭ ହୋଇଥିଲା। ଶ୍ରମିକ ସଂଗଠନ ସଦସ୍ୟମାନେ ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ପିକେଟିଂ କରିଥିଲେ। ଜିଲାପାଳ କାର୍ଯ୍ୟାଳୟ, ବିଭିନ୍ନ ବ୍ୟାଙ୍କ, ଡାକଘର, ସମସ୍ତ ସ୍କୁଲ, କଲେଜ, ଯାନବାହାନ ଚଳାଚଳ ବନ୍ଦ ରହିଛି। ରେଳ ଷ୍ଟେଶନରେ ମଧ୍ୟ ରେଳରୋକ କରିବାକୁ ଶ୍ରମିକ ସଂଗଠନ ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି।

Share