ବଲାଙ୍ଗୀରରେ ବିପିସିଏଲ୍‌ର ବଟଲିଂ ପ୍ଲାଣ୍ଟ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ,୨୭।୧୨: ବଲାଙ୍ଗୀର ସହର ଉପକଣ୍ଠ ବରକାନି ଗ୍ରାମରେ ନବନିର୍ମିତ ବିପିସିିଏଲ୍‌ର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ଶୁକ୍ରବାର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ ଏହାକୁ ଉଦ୍‌ଘାଟନ କରିଛନ୍ତି। ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବଲାଙ୍ଗୀର ଲୋକ ସଭା ଏମ୍‌ପି ସଙ୍ଗୀତା ସିଂଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ବିପିସିଏଲ୍‌ କମ୍ପାନୀ ସିଏମ୍‌ଡି ବି. ରାଜକୁମାର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କାୟା ନାଇଡ଼ୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଖରାପ ପାଗ ଯୋଗୁ ସେ ଆସି ପାରି ନ ଥିଲେ। ତେବେ ଉପରାଷ୍ଟ୍ରପତି ରାୟପୁରଠାରୁ ବାର୍ତ୍ତା ପାଠ କରିଥିଲେ। ୧୦୩ କୋଟି ଟଙ୍କାରେ ନିର୍ମିତ ଏହି ବଟଲିଂ ପ୍ଲାଣ୍ଟରୁ ୧୪ ଜିଲାକୁ ଗ୍ୟାସ୍‌ ଯୋଗାଣ କରାଯିବ ବୋଲି ସୂଚନା ଦିଆଯାଇଛି।

Share