ବଲାଙ୍ଗୀରରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ସ୍ଥାପନ ଯୋଜନା

ବଲାଙ୍ଗୀର ଅଫିସ, ୧୩ା୧୧ – ବଲାଙ୍ଗୀର ଜିଲା ତୁଷରା ତହସିଲ ଅନ୍ତର୍ଗତ ପେଣ୍ଡିମୁଣ୍ଡା ନିକଟ ତେଲନଦୀ କୂଳରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ନିର୍ମାଣ କରାଯିବାର ଯୋଜନା କରାଯାଇଛି ା ବଲାଙ୍ଗୀର ଜିଲାର ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁଙ୍କ ନେତୃତ୍ୱରେ ଓଡିଶାର ବିଭିନ୍ନ ଜିଲାର ୧୦ଜଣ ବାଲୁକା ଶିଳ୍ପୀ ଏହି ପ୍ରକଳ୍ପରେ ସାମିଲ ହେବେ ା ଏହି ପ୍ରକଳ୍ପ ସମ୍ପର୍କରେ ବାଲୁକା ଶିଳ୍ପୀ ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୍‌, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ଏମପି ସଙ୍ଗୀତା କୁମାରୀ ସିଂଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କୁ ଲିଖିତ ଅବଗତ କରିବା ପରେ ଏହି ଯୋଜନା ସମ୍ପର୍କରେ ଜଣାପଡିଛି ା ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ନିଜ ଜିଲାରେ ନିର୍ମାଣ କରି ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ ଯୋଜନା କରିଥିବା ଶିଳ୍ପୀ ସାହୁ କହିଛନ୍ତି ା ଏହି ଯୋଜନା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୍‌ଙ୍କୁ ଦିଲ୍ଲୀରେ ଭେଟି ସାହୁ ଆଲୋଚନା କରିଥିବା ଜଣାଇଛନ୍ତି ା ଇଣ୍ଡିଆନ୍‌ ହେରିଟେଜ୍‌ ନାମକ ଏହି ବାଲୁକା କଳାର ଉଚ୍ଚତା ୬୫ ଫୁଟ୍‌ରୁ ଅଧିକ ଉଚ୍ଚ ହେବ ବୋଲି ସୂଚନା ଦେଇଛନ୍ତି ା ୨୦୧୯ ମସିହାରେ ଜର୍ମାନୀରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ନିର୍ମାଣ କରାଯାଇଛି ା ଏହାର ଉଚ୍ଚତା ୫୮ ଫୁଟ୍‌ ରହିଥିବାବେଳେ ଏହା ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି ା ଏହାପୂର୍ବରୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୨୦୧୭ ମସିହାରେ ପୁରୀ ବେଳାଭୂମିରେ ୪୮ଫୁଟ୍‌ ଉଚ୍ଚର ବାଲୁକା କଳା ତିଆରି ରେକର୍ଡ କରିଥିଲେ ା ଉକ୍ତ ରେକର୍ଡକୁ ଜର୍ମାନୀର ବାଲୁକା ଶିଳ୍ପୀମାନେ ଭଙ୍ଗ କରିଛନ୍ତି ା ଏବେ ଓମ୍‌ପ୍ରକାଶ ସାହୁ ଉକ୍ତ ରେକର୍ଡକୁ ଭଙ୍ଗ କରି ୬୫ ଫୁଟ୍‌ ଉଚ୍ଚ ବାଲୁକା କଳା ଇଣ୍ଡିଆନ୍‌ ହେରିଟେଜ ଯୋଜନା କରିଛନ୍ତି ା ଉକ୍ତ ବାଳୁକା କଳା ପାଇଁ ୨୨ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସେ ସୂଚନା ଦେଇଛନ୍ତି ା ଇଣ୍ଡିଆନ୍‌ ହେରିଟେଜ୍‌ ନାମକ ଉକ୍ତ ବାଲୁକା କଳାରେ ପ୍ରାଚୀନ ଭାରତୀୟ ଐତିହ୍ୟ ଷ୍ଟାଚ୍ୟୁ ଅଫ୍‌ ୟୁନିଟି, କୁତ୍‌ବ ମୀନାର, ତାଜମହଲ, କୋଣାର୍କ ମନ୍ଦିର, ପୁରୀ ଶ୍ରୀମନ୍ଦିର, ଧଉଳି ଶାନ୍ତିସ୍ତୁପ, ଲାଲକିଲ୍ଲା, ପଶ୍ଚିମ ଓଡିଶାର ସାଂସ୍କୃତିକ ବିଭବ, ଭାରତୀୟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିକୃତି ସ୍ଥାନ ପାଇବ ବୋଲି ସେ ସୂଚନା ଦେଇଛନ୍ତି ା ଆସନ୍ତା ଡିସେମ୍ବର ୨୦ରୁ ପେଣ୍ଡିମୁଣ୍ଡାଠାରେ ଏହି ପ୍ରକଳ୍ପ ଆରମ୍ଭ କରିବା ଯୋଜନା ରଖିଛନ୍ତି ା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଏକ ମାସ ସମୟ ଲାଗିବ ଓ ଏହା ଜାନୁୟାରୀ ୨୦୨୦ ମସିହାରେ ପ୍ରଦର୍ଶିତ ହେବ ବୋଲି ସାହୁ ସୂଚନା ଦେଇଛନ୍ତି ା ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ପ୍ରକଳ୍ପ ନିର୍ମାଣା ଯୋଜନା କରିଥିତ୍ବା ଶିଳ୍ପୀ ସାହୁ ଏହି ପ୍ରକଳ୍ପ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିଛନ୍ତି।

Share