ବଲାଙ୍ଗୀରରେ ବିଶ୍ୱ ପରିବେଶ ଦିବସ ପାଳନ; ଗଛ ଲଗାଇ ଜୀବନ ବଞ୍ଚାଇବାକୁ ଜିଲାପାଳ ଦେଲେ ଆହ୍ବାନ

ବଲାଙ୍ଗୀର ଅଫିସ,୫।୬: କରଙ୍ଗାକଟା ବଞ୍ଚାଓ ଅଭିଯାନ ପକ୍ଷରୁ ବୁଧବାର ସ୍ଥାନୀୟ ଗାନ୍ଧୀ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ପ୍ରଦୂଷଣ କାରଶରୁ ସମଗ୍ର ଜୀବଜଗତ ସତ୍ତା ଆଜି ବିପନ୍ନ ହୋଇପଡ଼ିଲାଣି ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ରାଜୀବ ସଗରିଆ ଯୋଗଦେଇ ବଲାଙ୍ଗୀର ଜିଲାରେ ଜଙ୍ଗଲ ଲୁଟ୍‌, ମରୁଡ଼ି, ଦାଦନ ସମସ୍ୟା ଓ ପରିବେଶ ସଙ୍କଟ ଉପରେ କହିଥିଲେ। କାର୍ଯ୍ୟକ୍ରମରେ କିଶୋର ମିଶ୍ର ସଭାପତିତ୍ୱ କରିଥିଲେ। ଆବାହକ ପ୍ରଶାନ୍ତ ମହାକୁର ମଞ୍ଚାସୀନ ଥିଲେ। ଏହି ଅବସରରେ ହାଇସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବକ୍ତୃତା ଅନୁଷ୍ଠିତ ହୋଇଥିଲା। ଶେଷରେ ନାଗରିକ କମିଟି ସମ୍ପାଦକ ବିଷ୍ଣୁପ୍ରସାଦ କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ।