ବଲାଙ୍ଗୀରରେ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ଧସେଇ ପଶିଲେ ଚାଷୀ

ବଲାଙ୍ଗୀର ଅଫିସ, ୬।୨- ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସାଇଁ ସମୀକ୍ଷା କରୁଥିବାବେଳେ ବୈଠକ ଭିତରକୁ କିଛି ଚାଷୀ ଧସେଇ ପଶିଥିଲେ। ଚାଷୀଙ୍କ ସହ ଧାନ କିଣା ପ୍ରସଙ୍ଗରେ ମନ୍ତ୍ରୀ ପ୍ରଥମେ ଆଲୋଚନା କରନ୍ତୁ ବୋଲି ଦାବି କରିଥିଲେ। ଏହାପରେ ଚାଷୀମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ। ପ୍ରକୃତ ଚାଷୀଙ୍କଠାରୁ ସମସ୍ତ ଧାନ କିଣାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ, ଡିଆର୍‌ଡିଏ ପିଡି ଡ. ମହେଶ୍ୱର ସ୍ବାଇଁ, ବିଭିନ୍ନ ସରକାରୀ ଅଧିକାରୀ, ଜିଲା କୃଷକ ମହାସଂଘ ସଭାପତି ଡ. ସୁଧୀର କୁମାର ପରିଚ୍ଛା ଓ ଅନ୍ୟ ଚାଷୀ ଉପସ୍ଥିତ ଥିଲେ ।

Share