ବଲାଙ୍ଗୀରରେ ସ୍ବାଧୀନତା ଦିବସ : ଦେଶର ପ୍ରଗତିରେ ସହାୟକ ହେବାକୁ ମନ୍ତ୍ରୀଙ୍କ ଆହ୍ବାନ

ବଲାଙ୍ଗୀର ଅଫିସ,୧୫।୮: ବଲାଙ୍ଗୀର ଜିଲା ମନୋହରପୁର ପୋଲିସ ପଡ଼ିଆରେ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଦାସ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇବା ସହ ଦେଶ ପ୍ରଗତିରେ ସହାୟକ ହେବାକୁ ଆହ୍ବାନ ଦେଇଥିଲେ। ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି କେ. ଶିବା ସୁବ୍ରମଣି, ଅତିରିକ୍ତ ଜିଲାପାଳ ପରୀକ୍ଷିତ ସେଠୀ, ଡିଆର୍‌ଡିଏ ପିଡି ମହେଶ୍ବର ସ୍ବାଇଁ, ଅତିରିକ୍ତ ଏସ୍‌ପି ସୁବାସ ଜମାଦାର, ଏସ୍‌ଡିପିଓ ଶ୍ରୀମନ୍ଦିର ବାରିକ ଓ ଅନ୍ୟ ସରକାରୀ ଅଧିକାରୀ, କର୍ମଚାରୀ, ଜନସାଧାରଣ ଉପସ୍ଥିତ ଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share