ବଲାଙ୍ଗୀରରେ ହେବ ଫ୍ଲାଏଓଭର, ମିନି ସଚିବାଳୟ

ବଲାଙ୍ଗୀର ଅଫିସ, ୨୨|୧ – ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ମଙ୍ଗଳବାର ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ା ଏହି ବୈଠକରେ ମହିଳା ଓ ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଜିଲାପାଳ ଅରିନ୍ଦମ ଡାକୁଆ, ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ା ବୈଠକରେ ପୂର୍ତ୍ତ ବିଭାଗ ପକ୍ଷରୁ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହ କିଛି ନୂଆ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା ା
ବଲାଙ୍ଗୀର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ଖୁବ୍‌ ଶୀଘ୍ର ସହର ମଧ୍ୟରେ ଏକ ଫ୍ଲାଏଓଭର ନିର୍ମାଣ କରିବା ପାଇଁ ବିଧାୟକ ମିଶ୍ର ପ୍ରସ୍ତାବ ରଖିଥିଲେ ା ଏହି ଫ୍ଲାଏଓଭର ସୁଦପଡା ରାସ୍ତାରୁ ସମଲେଶ୍ୱରୀ ମନ୍ଦିର, ସରକାରୀ ବସଷ୍ଟାଣ୍ଡ, ଭାଗରଥି ଛକଦେଇ ଜିଲାପାଳ ବାସଭବନ ପର୍ଯ୍ୟନ୍ତ ଯିବ ଆଲୋଚନା ହୋଇଥିଲା ା ଏହା ହେଲେ ସହର ଭିତରେ ଟ୍ରାଫିକ୍‌ ସମସ୍ୟାର ଅନେକାଂଶରେ ସମାଧାନ ହୋଇପାରିବ ବୋଲି ଆଲୋଚନା ହୋଇଥିଲା ା ଭାରିଯାନଗୁଡିକ ପ୍ଳାଇଓଭର ମଧ୍ୟଦେଇ ଯାଇପାରିବ ା ଏହି ପ୍ରସ୍ତାବ ଉପରେ ବିଭାଗୀୟ ମନ୍ତ୍ରୀ ମଲ୍ଲିକ, ଜିଲାପାଳ, ଉପଜିଲାପାଳ ଏବଂ ବିଭାଗୀୟ ଅଧିକାରୀମାନେ ସହମତ ପ୍ରକାଶ କରିଥିଲେ ା ଖୁବ୍‌ଶୀଘ୍ର ଏହା ଉପରେ ସବିଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କ ପାଖକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା ା ବଲାଙ୍ଗୀର ସହର ମଧ୍ୟସ୍ଥଳରେ ଜିଲାପାଳ ଅଫିସ ରହିଥିତ୍ବାରୁ ଏଠାରେ ମଧ୍ୟ ଭିଡ ବଢୁଛି ା ଏଣୁ ଉପଯୁକ୍ତ ସ୍ଥାନକୁ ଜିଲାପାଳ ଅଫିସ ସ୍ଥାନାନ୍ତରଣ ନେଇ ମଧ୍ୟ ବିଧାୟକ ପ୍ରସ୍ତାବ ଦେଇଥିଲେ ା ସହରର ଉପଯୁକ୍ତ ସ୍ଥାନରେ ମିନି ସଚିବାଳୟ ଢ଼ାଞ୍ଚାରେ ଗୋଟିଏ ପରିସରରେ ସମସ୍ତ ଜିଲାସ୍ତରୀୟ ସମସ୍ତ ଅଫିସ ରଖାଯିବା ବ୍ୟବସ୍ଥା କରାଯିବା ନେଇ ପ୍ରସ୍ତାବ ରଖିଥିଲେ ା ଖୁବ୍‌ଶୀଘ୍ର ମିନି ସଚିବାଳୟ ତିଆରି ପାଇଁ ସ୍ଥାନ ନିରୂପଣ କରି ଏନେଇ ମଧ୍ୟ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ମଲ୍ଲିକ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଉପରେ ବୈଠକରେ ବିଶେଷ ଆଲୋଚନା ହୋଇଥିଲା ା ଏହା ସହିତ ଟିଟିଲାଗଡଠାରେ ନିର୍ମାଣଧୀନ ଫ୍ଲାଏ ଓଭର ଶୀଘ୍ର ଶେଷ କରିବା ନେଇ ମନ୍ତ୍ରୀ ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଏହାସହ ଟିଟିଲାଗଡ ଅଞ୍ଚଳରେ ଜାତୀୟ ରାଜପଥ ନିର୍ମାଣ କାମର ସବିଶେଷ ରିପୋର୍ଟ ମଧ୍ୟ ମାଗିଥିଲେ ା ବଲାଙ୍ଗୀରଠାରେ ଏକ ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ଖୁବ୍‌ଶୀଘ୍ର ସ୍ଥାନ ନିରୂପଣ କରାଯିବ ବୋଲି ଜିଲାପାଳ ଉପସ୍ଥିତ ମନ୍ତ୍ରୀ ଓ ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଜାଗାରେ ପାର୍କିଂ ଜୋନ ଏବଂ ସାପ୍ତାହିକ ବଜାର ତିଆରି ଓ ଅନ୍ୟ ଏକ ସ୍ଥାନରେ ଦୈନିକ ବଜାର ନିର୍ମାଣ କାମକୁ ଶୀଘ୍ର ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ା ବଲାଙ୍ଗୀର ଓ ଟିଟିଲାଗଡ ସହରର ବିଭିନ୍ନ ରାସ୍ତାଘାଟ, ଡ୍ରେନ ସମସ୍ୟା ଉପରେ ବୈଠକରେ ଆଲୋଚନା ହୋଇଥିଲା ା ବହୁ ପ୍ରତୀକ୍ଷିତ ବଲାଙ୍ଗୀର ବାଏପାସ ରାସ୍ତା କାମ ପାଇଁ ଜମି ଅଧିଗ୍ରହଣ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏଥିସକାଶେ ଆବଶ୍ୟକ ଜମି ଅଧିଗ୍ରହଣ ପାଇଁ ମନ୍ତ୍ରଣାଳୟ ମଞ୍ଜୁରୀ ଗତ ୧୭ ତାରିଖରୁ ମିଳିସାରିଛି ବୋଲି ଉପସ୍ଥିତ ଜାତୀୟ ରାଜପଥ ଅଧିକାରୀ ସୂଚନା ଦେଇଥିଲେ ା ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ରାସ୍ତା ମରାମତି କାମ କିପରି ଚାଲିଛି ସେ ଉପରେ ମଧ୍ୟ ଆଲୋଚନା ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ଜେଲ ଗଲେ ପ୍ରେମିକ ଯବାନ

ଅତାବିରା଼,୧୮।୧୦(ହୃଷୀକେଶ ଖମାରୀ): ହତ୍ୟା ଅଭିଯୋଗରେ ବରଗଡ଼ ଜିଲା ଭେଡ଼େନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭେଡ଼େନ ଥାନା କଦଳୀପାଲି...

ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ, ଆଇନଶୃଙ୍ଖଳା ନେଇ କଲେ ସମୀକ୍ଷା

ବୌଦ୍ଧ,୧୮ା୧୦(ଅଜିତ କୁମାର ବାରିକ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି ଖୁରାନିଆ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ଜିଲାରେ ମାଓବାଦୀ ଗତିବିଧି ଓ ଆଇନଶୃଙ୍ଖଳା ନେଇ...

ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ନେଇ ଏମିତି କହିଲେ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ

ଭୁବନେଶ୍ୱର,୧୮ା୧୦: ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ଆମ ପାଇଁ ଗର୍ବ ବୋଲି କହିଛନ୍ତି ଓମଫେଡ୍‌ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ। ଶ୍ରୀମନ୍ଦିରରେ କେବଳ...

ନିଖୋଜ ନାବାଳକଙ୍କ ମିଳିଲା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼,୧୮।୧୦: ବଲାଙ୍ଗୀର ଜିଲା ଲାଠୋର ଥାନା ଝଲିଆଲିଟି ପାହାଡ଼ ଉପରୁ ଶୁକ୍ରବାର ଜଣେ ନାବାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହ ଜବତ କରି...

ସମସ୍ତଙ୍କ ପାଇଁ ହେବ ବ୍ୟବସ୍ଥା, ପ୍ରତିଶ୍ରୁତି ଦେଲେ ଜୟନ୍ତୀ ଷଡ଼ଙ୍ଗୀ

ପୁରୀ,୧୮ା୧୦: ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ହବିଷ୍ୟାଳି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ତେବେ ଏହାରି...

କଂସ ଅଭିନେତାଙ୍କ ଅଡୁଆ ବଢ଼ିଲା, ମହାପ୍ରୟାଣ ଗାଡ଼ି ବାବଦ ଟଙ୍କା ନେବା ପଡ଼ିଲା ମହଙ୍ଗା

ବରଗଡ଼,୧୮।୧୦(ପ୍ରେମାନନ୍ଦ ଖମାରୀ): ମହାପ୍ରୟାଣ ଗାଡ଼ିରେ ମୃତଦେହ ପରିବହନ ବାବଦକୁ ମୃତକଙ୍କ ସମ୍ପକୀୟଙ୍କଠାରୁ ଟଙ୍କା ନେବା ଘଟଣା ବରଗଡ଼ ଜିଲା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡ୍ରାଇଭର ତଥା...

ବାଥ୍‌ରୁମ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ: ବଢୁଛି ସନ୍ଦେହ

ବାଲିଗୁଡା,୧୮।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ପଣସପଡ଼ିଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବାଥ୍‌ରୁମ୍‌ରୁ ଯୁବତୀଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ସୂଚନା...

ଟ୍ରେନ୍‌ରେ ଚଢ଼ିବା ସମୟରେ ଅଘଟଣ: ମା’ ସହ ଖସିପଡ଼ିଲେ ୪ ବର୍ଷର ଶିଶୁକନ୍ୟା

ରାୟଗଡ଼ା,୧୮ା୧୦(ଆଶିଷ ରଞ୍ଜନ ପଣ୍ଡା): ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅଘଟଣ ଘଟିଛି। କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri