ବଲାଙ୍ଗୀରରେ ୧୪ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି, ୨ ସୁସ୍ଥ

ବଲାଙ୍ଗୀର ଅଫିସ, ୨୬ା୫: ବଲାଙ୍ଗୀର ଜିଲାରେ ମଙ୍ଗଳବାର ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳର ୭ଜଣ ରହିଛନ୍ତି। ଏହି ସଂକ୍ରମିତ ୭ଜଣ ବଲାଙ୍ଗୀର ରାଧାରାଣୀପଡ଼ାର ହୋଇଥିବା ବେଳେ ସେମାନେ କୋଲକାତାରୁ ଫେରି ହୋମ୍‌ କ୍ୱାରାଣ୍ଟାଇଇନ୍‌ରେ ରହିଥିଲେ। ଅନ୍ୟ ୭ ସଂକ୍ରମିତଙ୍କ ମଧ୍ୟରୁ ଟିଟିଲାଗଡ଼ ବ୍ଲକ ସିଲୁଆଁ ଗ୍ରାମପଞ୍ଚାୟତର ୨, ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ଗ୍ରାମପଞ୍ଚାୟତର ୧, ମନହୀରା ଗ୍ରାମପଞ୍ଚାୟତର ୧, ତୁରେକେଲା ବ୍ଳକ ମହଖଣ୍ଡ ଗ୍ରାମପଞ୍ଚାୟତର ୨, ବେଲପଡା ବ୍ଲକ ଧୁମାଭଟା ଗ୍ରାମପଞ୍ଚାୟତର ୧ ରହିଛନ୍ତି। ଏମାନେ ସମସ୍ତେ ମୁବାଇ, ତାମିଲନାଡୁରୁ ଫେରି କ୍ୱାରାଣ୍ଟାଇନରେ ରହିଥିଲେ ବୋଲି ଜଣାପଡ଼ିଛି। ସମସ୍ତ ୧୪ ସଂକ୍ରମିତଙ୍କୁ ବଲାଙ୍ଗୀର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ନୂଆ ୧୪ ଆକ୍ରାନ୍ତଙ୍କୁ ମିଶାଇ ଜିଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ସେଥିରୁ ଗୁଡଭେଲା ବ୍ଲକ ଲିଖିରିଆ ଗାଁର ୨ ସଂକ୍ରମିତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଅନ୍ୟ ୩୬ ଜଣ ସକ୍ରିୟ ରହିଥିବା ଜଣାପଡିଛି ।

Share