ବଲାଙ୍ଗୀରରେ ୩ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୫କୁ ବୃଦ୍ଧି

ବଲାଙ୍ଗୀର ଅଫିସ,୫।୬: ବଲାଙ୍ଗୀର ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି । ଶୁକ୍ରବାର ୩ କରୋନା ସଂକ୍ରମିତ ଚିହ୍ନଟ ପରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଜିଲାରେ ୮୧ ସକ୍ରିୟ କେସ୍‌ ଥିବା ବେଳେ ୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଲୋଇସିଂହା ବ୍ଲକର ବୁଢ଼ିପଦର, ବେଲପଡା ବ୍ଲକର ଦର୍ଲିପାଲି ଓ ତୁରେକେଲା ବ୍ଲକର ମହଖଣ୍ଡ ଗ୍ରାମର ୩ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତିନି ଜଣଯାକ ରାଜ୍ୟ ବାହାରୁ ଫେରିଛନ୍ତି । ଦୁଇଜଣ ଆନୁଷ୍ଠାନିକ କ୍ବାରାଣ୍ଟାଇନରେ ଥିଲେ ଓ ଜଣେ ହୋମ୍‌ କ୍ବାରାଣ୍ଟାଇନରେ ଥିଲେ ବୋଲି ସୂଚନା ମିଳିଛି।

Share