ବଲାଙ୍ଗୀରରେ ୫୭ ତମ ଗୃହରକ୍ଷୀ ଦିବସ ପାଳିତ

ବଲାଙ୍ଗୀର ଅଫିସ୍‌,୬।୧୨: ବଲାଙ୍ଗୀର ଜିଲା ମନୋହରପୁର ପୋଲିସ ପଡ଼ିଆଠାରେ ୫୭ତମ ଗୃହରକ୍ଷୀ ଦିବସ ଓ ପରେଡ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଶସ୍ତ୍ର ଗୃହରକ୍ଷୀ ଓ ସାଧାରଣ ଗୃହରକ୍ଷୀମାନେ ପରେଡରେ ଅଂଶ ଗ୍ରହଣ କରିଥିଲେ । ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ମଡକର ସନ୍ଦିପ ସମ୍ପଦ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ଗୃହରକ୍ଷୀମାନେ ସମାନୁବର୍ତ୍ତିତା ଏବଂ ସମାଜ ସେବା ଚିନ୍ତାଧାରାରେ କାର୍ଯ୍ୟକରି ଦେଶ ଓ ରାଜ୍ୟର ଅଂଶ ବିଶେଷ ହେବାକୁ ଆହ୍ବାନ କରିଥିଲେ।ପରେ ଉତ୍କର୍ଷ  ସେବା ଓ ସମାନୁବର୍ତ୍ତିତା ପାଇଁ ୧୯ ଗୃହରକ୍ଷୀଙ୍କୁ ମଡକର ପୁରସ୍କୃତ ଓ ସମ୍ମାନିତ କରିଥିଲେ ।

Share