ବଲାଙ୍ଗୀର ଅଞ୍ଚଳରୁ ଜାଲ ନୋଟ ଜବତ, ଜଣେ ଅଟକ

ବଲାଙ୍ଗୀର ଅଫିସ, ୫।୭: ବଲାଙ୍ଗୀର ଜିଲା ଚନ୍ଦନଭାଟି ଫାଣ୍ଡି ପୋଲିସ ଶୁକ୍ରବାର ଚନ୍ଦନଭାଟି ଗ୍ରାମର ଜଣେ ଯୁବକଙ୍କ ନିକଟରୁ ୩ଟି ଶହେ ଟଙ୍କିଆ ଜାଲ ନୋଟ ଜବତ କରିଛି। ସେ ହେଲେ ପିଣ୍ଟୁ ମହାକୁର। ପୋଲିସ ପିଣ୍ଟୁଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଗାଁ ଲୋକଙ୍କ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଯାଞ୍ଚ କରିଥିବା ଜଣାପଡ଼ିଛି।

Share