ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂଦେଓଙ୍କୁ ବିରୋଧ

ବଲାଙ୍ଗୀର ଅଫିସ, ୧୭।୮: ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବଲାଙ୍ଗୀରରେ ସମାଜକର୍ମୀ ଲଳିତ କୁମାର ନାୟକ ଓ ତାଙ୍କ ସମର୍ଥକମାନେ ଶନିବାର ବିରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ବଲାଙ୍ଗୀର ଏନଏଚ୍‌ଏମ ସମ୍ମିଳନୀ କକ୍ଷକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ନାୟକଙ୍କ ସମର୍ଥକମାନେ ସଙ୍ଗୀତାଙ୍କ ବିରୋଧରେ ନାରାବାଜି ଦେଇଥିଲେ । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦିଲ୍ଲୀ ଯାଇଥିବା ବେଳେ ସମାଜକର୍ମୀ ନାୟକଙ୍କୁ ଅପମାନିତ କରିଥିବା ପ୍ରତିବାଦ ନେଇ ଏମ୍‌ପି ସଙ୍ଗୀତାଙ୍କୁ ଏଭଳି ବିରୋଧ କରାଯାଇଥିବା କୁହାଯାଉଛି । ଏହି କାରଣରୁ ସେଠାରେ ବିରୋଧକାରୀ, ପୋଲିସ ଓ ଭାଜପା କର୍ମୀଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା ।