ବଲାଙ୍ଗୀର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୧୮।୪: ବଲାଙ୍ଗୀର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ (କିସ) ପରିସରରେ କାର୍ଯ୍ୟକ୍ଷମ କୋଭିଡ ହସ୍ପିଟାଲକୁ ଶନିବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି. କେ. ପାଣ୍ଡିଆନ ପରିଦର୍ଶନ କରିଛନ୍ତି। ଗତ ୧୪ ତାରିଖରୁ ୨ ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ସେମାନେ ଏହି ହସ୍ପିଟାଲର ଆଇସିୟୁ, ଏଚ୍‌ଡିୟୁ ସମେତ ସାଧାରଣ ଓ୍ବାର୍ଡ ପରିଦର୍ଶନ କରିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଦାରଖ କରିଥିଲେ। ପରିଦର୍ଶନ ସମୟରେ ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି ସନ୍ଦୀପ ମାଡ଼କର, ସିଡିଏମ୍‌ଓ ଡା ନାରାୟଣ ଥନାପତି, କୋଭିଡ ହସ୍ପିଟାଲ ଇନ୍‌ଚାର୍ଜ ଡା. ଅବିନାଶ ନାୟକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Share