ବଲାଙ୍ଗୀର: ଗୋଟିଏ ଦିନରେ ୭ କରୋନା ପଜିଟିଭ୍‌ ଚିହ୍ନଟ; ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଛୁଇଁଲା

ବଲାଙ୍ଗୀର ଅଫିସ, ୨୪ା୫- ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ୭ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲାର ପଜିଟିିଭ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଶନିବାର ରାତି ସୁଦ୍ଧା ଜିଲାରେ ୭ଟି ନୂଆ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା । ଲୋଇସିଂହା ବ୍ଳକର ବୁଢ଼ୀପଦର, ବଙ୍ଗୋମୁଣ୍ଡା ବ୍ଳକର ସିନ୍ଧେକେଲା, ମୁରିବାହାଲ ବ୍ଳକ୍‌ର ପାତ୍ରପଡା ପଞ୍ଚାୟତରେ ଜଣେ ଲେଖାଏ ଓ ସଇଁତଲା ବ୍ଳକର ଶିଶକେଲାରେ ୨ଟି ଏବଂ ଆଗଲପୁର ବ୍ଳକ୍‌ ଇନ୍‌ସାରେ ୧ ଓ ଭରସୁଜାରେ ୧ ଏଭଳି ସମୁଦାୟ ୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ସଂକ୍ରମିତ ପ୍ରବାସୀ ଶ୍ରମିକ ଓ ବାହାର ରାଜ୍ୟରୁ ଆସିଛନ୍ତି ଓ ସେମାନେ ନିଜ ନିଜ କ୍ୱାରାଣ୍ଟାଇନ ସେଣ୍ଟର ଗୁଡିକରେ ରହିଥିଲେ ବୋଲି ସୂଚନା ଦିଆଯାଇଛି । ଶୁକ୍ରବାର ରାତି ସୁଦ୍ଧା ସଇଁତଲା ବ୍ଳକ୍ର ଟିକ୍ରପଡା ଗ୍ରାମପଞ୍ଚାୟତକୁ ଫେରିଥିବା ଜଣେ ପ୍ରବାସୀ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପୂର୍ବରୁ ଗୁଡଭେଲା ବ୍ଳକ୍‌ର ଲିଖିରିଆରେ ୨ଜଣ, ବଲାଙ୍ଗୀର ସହର କ୍ୱାରାଣ୍ଟାଇନ ସେଣ୍ଟରରୁ ୨ ଓ ପୁଇଁତଲା ବ୍ଳକ ବନ୍ଧପଡା ଗ୍ରାମପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ୨ ଜଣ ଓ ତୁରେକେଲା ବ୍ଳକ ବଡବାଙ୍କି ଗ୍ରାମପଞ୍ଚାୟତ ମୁରିବାହାଲ କ୍ୱାରାଣ୍ଟାଇନ ସେଣ୍ଟରରେ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଲିଖିରିଆର ୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ଓ ଅନ୍ୟ ୧୪ ଜଣ ସକ୍ରିୟ ରହିଛନ୍ତି । ସମସ୍ତ ସକ୍ରିୟ ସଂକ୍ରମିତଙ୍କୁ ଭୁବନେଶ୍ୱର କୋଭିଡ ହସପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣା: ହେଲ୍ପଲାଇନ ନମ୍ବର ଜାରି କଲା ପୂର୍ବତଟ ରେଳପଥ

ଚୌଦ୍ୱାର,୩୦ା୩: ରବିବାର ମଧ୍ୟାହ୍ନରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ହେବା ପରେ ହେଲ୍ପଲାଇନ୍‌ ନମ୍ବର ଜାରି କରିଛି ପୂର୍ବତଟ ରେଳପଥ। କଟକ ପାଇଁ ହେଲ୍ପ ଲାଇନ୍‌ ନମ୍ବର-...

ବଦଳିଲା ଅନେକ ଟ୍ରେନ୍‌ର ଗତିପଥ

ଚୌଦ୍ୱାର,୩୦।୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ରବିବାର କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ୧୧ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଏକାଧିକ ଯାତ୍ରୀ ଆହତ...

ବାଲି ବୋଝେଇ ଟ୍ରାକ୍ଟର ଓଲଟି: ଦୁଇ ଯୁବକଙ୍କ ମୃତ୍ୟୁ

ନୂଆପଡା,୩୦।୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ଯୁନାପନି ଗ୍ରାମରେ ବାଲି ବୋଝେଇ ଟ୍ରାକ୍ଟର ଓଲଟି ରବିବାର...

Big Breaking: ନିର୍ଗୁଣ୍ଡିରେ ଲାଇନ୍‌ଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି

ଚୌଦ୍ୱାର,୩୦ା୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିଠାରେ ରବିବାର ମଧ୍ୟାହ୍ନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ ନଂ ୧୨୫୫୧ ବେଙ୍ଗାଲୁରୁରୁ କାମାକ୍ଷା...

କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍‌: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗସ୍ତ କରିଛନ୍ତି। ପୂର୍ବାହ୍ନ ୧୧ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣାନଗର...

ବୈବାହିକ ଜୀବନରେ ସମସ୍ୟା ଦୂରକଲେ ଗୋଲାପ , ଜାଣନ୍ତୁ କିପରି

ପ୍ରେମର ପ୍ରତୀକ କୁହାଯାଉଥିବା ଗୋଲାପ ଫୁଲ ବି ଘରକୁ ସୁଖସମୃଦ୍ଧି ଆଣିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଗୋଲାପ ଫୁଲ ସହ ବାସ୍ତୁର କ’ଣ...

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ,  ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ରାଇକିଆ,୩୦।୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା  ରାଇକିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ...

ଅନ୍ତ୍ୟୋଦୟ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏହିମାନଙ୍କୁ ମିଳିବ ଘର…

ଭବନୀପାଟଣା/ଖଜୁରୀପଡ଼ା,୩୦ା୩(ଉତ୍ତମ କୁମାର ଦାଶ/ବିଦୁର ବେହେରା): ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାହାଣ୍ଡି ଜିଲା ଭବାନୀପାଟଣାରେ ଏହି ଯୋଜନାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image