ବଲାଙ୍ଗୀର: ଗୋଟିଏ ଦିନରେ ୮ ପଜିଟିଭ ଚିହ୍ନଟ, ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୫ା୫: ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ଅର୍ଥାତ୍‌ ସୋମବାର ଆଉ ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗୀର ମ୍ୟୁନିସିପାଲିଟିର ୨ ଜଣ ରହିଥିବା ବେଳେ ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତର ୧, ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଞ୍ଚାୟତର ୨, ବିରିପାଲି ପଞ୍ଚାୟତ ୧, ଲୋଇସିଂହା ବ୍ଳକ ତଲିଉଡାର ଗ୍ରାମପଞ୍ଚାୟତର ୧, ଟିଟିଲାଗଡ ବ୍ଳକ କୁରସୁଡ ଗ୍ରାମପଞ୍ଚାୟତର ଜଣେ ଆକ୍ରାନ୍ତ ରହିଛନ୍ତି। ଆକ୍ରାନ୍ତମାନେ ପୁନେ, ଗୁଜୁରାଟ, ମୁମ୍ବାଇ, ରାୟପୁର, କୋଟା ଫେରନ୍ତା ବୋଲି ଜଣାପଡ଼ିଛି। ତେବେ ଜିଲାର ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ୨୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତତ୍ସାଧୀନ ଅଛନ୍ତି।

Share