ବଲାଙ୍ଗୀର ଜିଲାରେ ମରୁଡି ସ୍ଥିତି

ବଲାଙ୍ଗୀର ଅଫିସ, ୧୯ା୭-କ୍ରମାଗତ ମରୁଡି ବଲାଙ୍ଗୀର ଜିଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି ା ଚଳିତବର୍ଷ ପୁଣି ଥରେ ଜିଲାରେ ମରୁଡି ସ୍ଥିତି ଦେଖାଦେଲାଣି ା ଜୁନ୍‌ ଓ ଜୁଲାଇ ମାସରେ ଅସ୍ବାଭାବିକ ବର୍ଷା ଯୋଗୁଁ ଏଥର ମରୁଡି ହେବାର ଆଶଙ୍କା ପ୍ରକାଶ ପାଇଲାଣି ା ପାଣିପାଗ ବିଭାଗ ପକ୍ଷରୁ ଜୁନ୍‌ ଶେଷ ସପ୍ତାହ ଓ ଜୁଲାଇ ପ୍ରଥମରୁ ଭଲ ବର୍ଷା ହେବ ବୋଲି କୁହାଯାଉଥିଲା ା ଜୁନ୍‌ ମାସରେ ଜିଲାର ସାଧାରଣ ବୃଷ୍ଟିପାତ ୨୦୨.୮ ମିଲିମିଟର ରହିଥିବାବେଳେ ସମଗ୍ର ଜିଲାରେ ମାତ୍ର ୧୨୩.୩୦ ମିି ହାରରେ ବୃଷ୍ଟିପାତ ରେକର୍ଡ କରାଯାଇଥିଲା ା ତେବେ ଜିଲାର ୧୪ଟି ବ୍ଳକ୍‌ରୁ ଅଧିକାଂଶ ବ୍ଳକରେ ହୋଇଥିବା ଅସ୍ବାଭାବିକ ବର୍ଷା ସତ୍ତ୍ୱେ ପ୍ରାୟ ୮୦ ହଜାର ହେକ୍ଟର ଚାଷ ଜମିରେ ଧାନ ବୁଣା କାର୍ଯ୍ୟ ହୋଇଥିଲା ା ସମସ୍ତ ଚାଷୀ ଜୁନ୍‌ ଶେଷ ସପ୍ତାହ ଓ ଜୁଲାଇ ପ୍ରଥମ ସପ୍ତାହରେ ଭଲ ବର୍ଷା ହେବ ବୋଲି ଆଶା ରଖିଥିଲେ ା ମାତ୍ର ଇତିମଧ୍ୟରେ ଜୁଲାଇ ମାସର ୧୮ ଦିନ ବିତିଯାଇଥିଲେ ମଧ୍ୟ ବର୍ଷାର ଦେଖାନାହିଁ ା ଫଳରେ ୮୦ ହଜାର ହେକ୍ଟର ବୁଣା ଧାନର ଅବସ୍ଥା ବେହାଲ ହୋଇଗଲାଣି ା ଜୁଲାଇ ମାସରେ କେତେକ ସ୍ଥାନରେ ସ୍ବଳ୍ପବୃଷ୍ଟି ଛାଡିଦେଲେ ଜିଲାର ପ୍ରାୟ ସମସ୍ତ ବ୍ଳକର ବିଭିନ୍ନ ସ୍ଥାନରେ କଁା ଭଁା ବର୍ଷା ହୋଇଛି ା ଜୁଲାଇରେ ଜିଲାରେ ସାଧାରଣ ବୃଷ୍ଟିପାତ ୩୬୦.୫ ମିଲି ମିଟର ରହିଛି ା ଏ ପର୍ଯ୍ୟନ୍ତ ଜିଲାରେ ମାତ୍ର ୧୫୧.୭୦ ହାରରେ ବର୍ଷା ରେକର୍ଡ କରାଯାଇଛି ା
ବଲାଙ୍ଗୀର ଜିଲାର ପ୍ରାୟ ୧୪ଟି ବ୍ଳକ୍‌ର ଚାଷ ଅବସ୍ଥା ସାଂଘାତିକ ହୋଇପଡିଛି ା ବୁଣାଧାନ କରିଥିବା ଚାଷୀମାନେ ଚିନ୍ତାରେ ପଡିଛନ୍ତି ା ବର୍ଷା ଅଭାବରୁ ବହୁ ଚାଷୀଙ୍କ ବୁଣାଧାନ ମରିବାକୁ ବସିଲାଣି ା ଯେଉଁ ଚାଷୀମାନେ ରୁଆ ଧାନ କରିବାକୁ ପହ୍ଳା ପକାଇଛନ୍ତି ା ସେମାନଙ୍କ ଅବସ୍ଥା ମଧ୍ୟ ସଙ୍କଟରେ ପଡିଛି ା ବର୍ଷା ଅଭାବରୁ ପହ୍ଳା ବଞ୍ଚାଇବା ବି କଷ୍ଟକର ହୋଇପଡିଲାଣି ା ଏଭଳି ସ୍ଥିତିରେ ଚାଷୀ ଆସନ୍ନ ମରୁଡି ଭୟରେ ରହିଛନ୍ତି ା ବଲାଙ୍ଗୀର ସଦର ବ୍ଳକ୍‌ ଅନ୍ତର୍ଗତ ବିଡିଘାଟ ଅଞ୍ଚଳରେ ଗଜା ମରୁଡି ସ୍ଥିତି ଉପୁଜିଥିତ୍ବା ଅଭିଯୋଗ ହେଲାଣି ା ଅନେକ ଜମିରେ ଯେଉଁମାନେ ଖରଡି ବୁଣିଥିଲେ ସେମାନଙ୍କ ଚାଷ ପ୍ରାୟତଃ ମରିବା ସ୍ଥିତିକୁ ଆସିଯାଇଛି ା ବିଡିଘାଟର ଚାଷୀ ବରୁଣ ବେହେରା ଓ ଲକ୍ଷ୍ମୀଧର କାଲସାଏ କହିଛନ୍ତି ଯେ ସେମାନେ ଗଜା ମରୁଡି କ୍ଷତିରେ ପଡିଛନ୍ତି ା ଧାନ ବୁଣି ଦେବା ପରେ ବର୍ଷା ନ ହେବାରୁ ଏହା ଗଜା ହୋଇପାରି ନ ଥିବା କହିଛନ୍ତି ା ଏଭଳି ସ୍ଥ୍‌ିତିରେ ସେମାନେ କ’ଣ କରିବେ ସେନେଇ ଚିନ୍ତାରେ ଥିବା କହିଛନ୍ତି ା ସରକାର କୃଷିବୀମା କଥା କହୁଥିଲେ ବି ଚାଷୀ ଠିକଣା ସମୟରେ କୃଷିବୀମା କ୍ଷତିପୂରଣ ପାଉ ନ ଥିବାରୁ ଏହା ଏକ ପ୍ରହସନରେ ପରିଣତ ହେଲାଣି ା ଜିଲାରେ ଜଳସେଚନ ସୁବିଧା ନାହିଁ ା ଏଭଳି ସ୍ଥିତିରେ ଚାଷୀମାନେ ସାମାନ୍ୟ ବର୍ଷାର ବ୍ୟତିକ୍ରମ ହେଲେ ମରୁଡିର ସମ୍ମୁଖୀନ ହେଉଛନ୍ତି ା ଫାଇଲିନ୍‌ଳ, ହୁଡହୁଡ୍‌ ଓ ତିତିଲି ପ୍ରଭାବିତ ଚାଷୀମାନେ ସରକାରଙ୍କ ଘୋଷିତ ସହାୟତା ପାଇ ନ ଥିବା ଜିଲା କୃଷକ ମହାସଂଘ ସଭାପତି ତଥା ଚାଷୀନେତା ଡା ସୁଧୀର ପରିଚ୍ଛା କହିଛନ୍ତି ା ସରକାର ପାଣି ସୁବିଧା ନକରି କୃଷିବୀମା ନଁାରେ କେତେଦିନ୍‌ ଜିଲା ଚାଷୀଙ୍କ ସ୍ବାର୍ଥ ସହ ଖେଳ ଖେଳୁଥିତ୍ବେ ବୋଲି ପ୍ରଶ୍ନ କରିଛନ୍ତି ା

Share