ବଲାଙ୍ଗୀର ଜିଲା: ମାଟ୍ରିକ୍‌ ପରୀକ୍ଷା ପାସ୍‌ହାର ୭୩.୦୮ % , ସିଦ୍ଧାନ୍ତ ରାୟ ଜିଲା ଟପ୍ପର

ବଲାଙ୍ଗୀର ଅଫିସ, ୨୧ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ମଙ୍ଗଳବାର ପ୍ରକାଶ ପାଇଛି ା ଜିଲାରେ ପାସ୍‌ହାର ୭୩.୦୮ ପ୍ରତିଶତ ରହିଛି । ଜିଲାର ୩୬୩ ହାଇସ୍କୁଲର ୨୨ହଜାର ୫୫୩ ଜଣ ପରୀକ୍ଷାର୍ଥୀ ୧୫୬ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୬୪୬୦ ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ଏ୧ ଗ୍ରେଡ୍‌ରେ ଜିଲାର ୧୪ ଜଣ ଛାତ୍ରୀଛାତ୍ର ପାସ୍‌ କରିଥିତ୍ବାବେଳେ ଏ ୨ ଗ୍ରେଡ୍‌ରେ ୧୬୩ ଜଣ, ବି ୧ ଗ୍ରେଡ୍‌ରେ ୪୮୧ , ବି୨ ଗ୍ରେଡ୍‌ରେ ୧୨୭୧, ସି ଗ୍ରେଡ୍‌ରେ ୩୧୩୯ , ଡି ଗ୍ରେଡ୍‌ରେ ୫୫୮୯, ଇ ଗ୍ରେଡ୍‌ରେ ୫୮୦୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିତ୍ବା ସମସ୍ତ ୧୪ ଜଣ ଯାକ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀଛାତ୍ର ବୋଲି ଜଣାପଡିଛି । ଟିଟିଲାଗଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ସିଦ୍ଧାନ୍ତ ରାୟ ୯୨.୬୭ ପ୍ରତିଶତ ହାରରେ ୫୫୬ ମାର୍କ ରଖି ଜିଲାରେ ସର୍ବୋଚ୍ଚ ମାର୍କ ରଖିବାର ଗୌରବ ହାସଲ କରିଛନ୍ତି । ସେହି ସ୍କୁଲର ଛାତ୍ରୀ ଋତୁମ୍ଭରା ମହାକୁର ୯୨. ୩୩ ପ୍ରତିଶତ ହାରରେ ୫୫୪ ମାର୍କ ରଖି ଦ୍ୱିତୀୟ, ବଲାଙ୍ଗୀର କଲେଜଛକ ସରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ଋତୁପର୍ଣ୍ଣା ଦାଶ ୯୨.୧୭ ପ୍ରତିଶତ ହାରରେ ୫୫୩ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ସହିତ ବଲାଙ୍ଗୀର କଦମପଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ପ୍ରଜ୍ଞା ପ୍ରତ୍ୟାଶା ମିଶ୍ର ୫୪୪ ମାର୍କ, କଦମପଡା ଶିଶୁମନ୍ଦିର ଛାତ୍ରୀ ସାଗରିକା ଦାଶ ଓ ସଇଁନ୍ତଲା ସରସ୍ବତୀ ଶିଶୁ ମନ୍ଦିର ଛାତ୍ର ସୌରବ ଖରସେଲ ୫୪୨ ମାର୍କ, କଦମପଡା ଶିଶୁମନ୍ଦିର ଛାତ୍ର ସଂଶିତ ସୁନା ଓ ଲାଠୋର ଶିଶୁମନ୍ଦିର ଛାତ୍ର ଓମ୍‌ ଅଗ୍ରୱାଲ ୫୪୧ ମାର୍କ ରଖିଛନ୍ତି । ବଲାଙ୍ଗୀର କଦମପଡା ଶିଶୁମନ୍ଦିର ଛାତ୍ର ରାଜ୍‌ ପଧାନ, ଇତିଶ୍ରୀ ସାହୁ, ପ୍ରଞ୍ଜିତ ରାୟଗୁରୁ, ପ୍ରିୟଙ୍କା ପୃଷେଠ୍‌, କଲେଜ ଛକ ଶିଶୁ ମନ୍ଦିରର ଅନ୍‌ମୋଲ ମିଶ୍ର, ଟିଟିଲାଗଡ ସରସ୍ବତୀ ଶିଶୁ ମନ୍ଦିରର ନିକି ବେହେରା ୫୪୦ ମାର୍କ ରଖିଥିତ୍ବା ଜଣାପଡିଛି ।