Advertisement

ବଲାଙ୍ଗୀର ବର୍ଷାବିପନ୍ନଙ୍କ ପାଇଁ ସହାୟତା ସଂଗ୍ରହ

ବରଗଡ଼ ଅଫିସ, ୧୯।୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଉକ୍ତ ଜିଲାର ବର୍ଷାବିପନ୍ନଙ୍କୁ ସହାୟତା କରିବା ପାଇଁ ବରଗଡ଼ ଜିଲା ଖଣ୍ଡହଥାର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ଆଗେଇ ଆସିଛି । ଏହି ପରିପ୍ରେକ୍ଷୀରେ ସୋମବାର ସକାଳୁ ଉକ୍ତ ଅନୁଷ୍ଠାନ ପକ୍ଷରୁ ବରଗଡ଼ ଥାନା ଛକରେ ସହାୟତା ପାଇଁ ବସ୍ତ୍ର, ଅର୍ଥ ରାଶି ସଂଗ୍ରହ କରାଯାଉଛି। ଅନୁଷ୍ଠାନର ସମ୍ପାଦକ ଅଶ୍ବିନୀ ତ୍ରିପାଠୀ, ରୋହିତ ଜୟସ୍ବାଲ, ବିକାଶ ଅଗ୍ରୱାଲ, ବିଦ୍ୟାଧର ଭୋଇ, ଲୋକନାଥ ସାହୁ, ଲିଙ୍ଗରାଜ ସାହୁ, ଶତ୍ରୁଘ୍ନ ସାହୁ, ଟିଟୁନ ଦାଶ ପ୍ରମୁଖ ଉପସ୍ଥିତ ରହି ବଦାନ୍ୟ ବ୍ୟକ୍ତିଙ୍କଠାରୁ ତାହା ସଂଗ୍ରହ କରୁଛନ୍ତି। ସଂଗୃହୀତ ସହାୟତା ବଲାଙ୍ଗୀର ଜିଲାର ବର୍ଷାବିପନ୍ନଙ୍କ ପାଖକୁ ପଠାଯିବ ବୋଲି ନିଷ୍ଠା ପରିବାରର଼ ସମ୍ପାଦକ  କହିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share