ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୭।୧୧- ଓଡ଼ିଶା ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ, ୫-ଟି ସଚିବ ଭି କେ ପାଣ୍ଡିଆନ, ଏନଆର୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ ଗୁରୁବାର ଅଚାନକ ବଲାଙ୍ଗୀର ଜିଲା ଗସ୍ତରେ ଆସି ଭୀମଭୋଇ ମେଡିକାଲ କଲେଜ ହସପିଟାଲ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ବିଭିନ୍ନ ଓ୍ବାର୍ଡର ରୋଗୀଙ୍କ ସହ ଆଲୋଚନା କରିଛନ୍ତି। ରୋଗୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ, ହସ୍‌ପିଟାଲ ଭିତରେ ବିଭିନ୍ନ ରୋଗର ପରୀକ୍ଷା, ନିରାମୟରୁ ମାଗଣା ଔଷଧ, ହସପିଟାଲ ସଫେଇ ବିଷୟରେ ଆଲୋଚନା କରିଛନ୍ତି। ଏହାପରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହି ପରିଦର୍ଶନ ସମୟରେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ, ସମ୍ବଲପୁର ଡ଼ିଆଇଜି ହିମାଂଶୁ ଲାଲ, ବଲାଙ୍ଗୀର ଏସପି ସନ୍ଦୀପ ମାଡକର, ଭୀମଭୋଇ ମେଡିକାଲ କଲେଜ ଡିନ ଡା ଲଳିତ କୁମାର ମେହେର, ହସପିଟାଲ ସୁପରିଟେଣ୍ଡେଣ୍ଟ ଡା ମହେନ୍ଦ୍ର ନାୟକ, ସିଡିଏମ୍‌ଓ ଡା ଦୈତାରୀ ସାହୁ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ବଲାଙ୍ଗୀରରେ ପରିଦର୍ଶନ ପରେ ଏହି ଟିମ୍‌ ସୋନପୁର ଅଭିମୁଖେ ଗସ୍ତ କରିଥିବା ଜଣାପଡିଛି ।

Share