ବଲାଙ୍ଗୀର ରାଜେନ୍ଦ୍ର କଲେଜ ପ୍ଲାଟିନମ୍‌ ଜୁବିଲି ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ, ୨୭।୧୨- ବଲାଙ୍ଗୀର ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି ସମାରୋହକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ଉଦଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବଲାଙ୍ଗୀର ଲୋକ ସଭା ସଦସ୍ୟା ସଙ୍ଗୀତା ସିଂଦେଓ, କଲେଜ ଅଧ୍ୟକ୍ଷ ପ୍ରଫେସର ବିନୟ କୁମାର ଜେନା, ପ୍ଲାଟିନମ ଜୁବିଲି କମିଟି ସଭାପତି ଲଳିତ କୁମାର ନାୟକ, ସମ୍ପାଦକ ଅରବିନ୍ଦ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ପ୍ଲାଟିନମ ଜୁବିଲି ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ୩୧ ତାରିଖ ପର୍ଯ୍ୟନ୍ତ ଏହି ସମାରୋହ ଚାଲିବ।

Share