Advertisement

ବଲାଙ୍ଗୀର ଲୋକନୃତ୍ୟରେ ଝୁମିଲେ ଦର୍ଶକ

ରାଇକିଆ ୧୦।୨(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ରାଇକିଆ ମହୋତ୍ସବ-୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ଗୁନ୍ଧାଣୀ ଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଉପଦେଷ୍ଟା ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗ ମୁନ୍ନା ଖଁା, ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା, ଜିଲା ପରିଷଦ ସଭାନେତ୍ରୀ ଆକାଂକ୍ଷା ପ୍ରଧାନ, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ରୋଦନ ମଳିକ, ବିଡିଓ ପ୍ରବୀଣ କୁମାର ବାଣୁଆ, ଅତିରିକ୍ତ ତହସିଲଦାର ଶୁଭ ଦତ୍ତତ୍ରେୟ ବାହିନୀ ପତି, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ରାଇକିଆ ମହୋତ୍ସବ ସ୍ମରଣିକାକୁ ଉନ୍ମୋଚିତ କରାଯାଇଥିଲା। ଶନିବାର ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ବଲାଙ୍ଗୀରରୁ ଆସିଥିବା ଲୋକ ନୃତ୍ୟ। ଏଥିସହ ସ୍ଥାନୀୟ କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ। ଦିନତମାମ ପଲିଶ୍ରୀ ମେଳାର ମଧ୍ୟ ମଜା ଉଠାଇ ଥିଲେ ସ୍ଥାନୀୟ ଲୋକେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share