Advertisement

ବଲିଉଡରେ ମୋତେ ଆଉ କାମ ମିଳୁନାହିଁ: ନାଶିରୁଦ୍ଦିନ ଶାହ

ବଲିଉଡର ପ୍ରସିଦ୍ଧ କଳାକାର ନାଶିରୁଦ୍ଦିନ ଶାହଙ୍କୁ ଆଉ ସେଠାରେ କାମ ମିଳୁନାହିଁ, ଏକଥା ସେ ନିଜେ ସ୍ବୀକାର କରିଛନ୍ତି। ଦୁଇବର୍ଷ ହେବ ଏକ ଓ୍ବେବ୍‌ ସିରିଜ୍‌ ଏବଂ ବଙ୍ଗଳା ଫିଲ୍ମ ଛାଡିଦେଲେ ତାଙ୍କୁ କୌଣସି ବଲିଉଡ ଫିଲ୍ମରେ ଦେଖିବାକୁ ମିଳିନାହିଁ। ଏନେଇ ସେ କହିଛନ୍ତି, ମୋତେ ଆଉ ଫିଲ୍ମରେ ନେବାକୁ କୌଣସି ପ୍ରଯୋଜକ ଚାହୁଁନାହାନ୍ତି ଏଣୁ ବିନା କାମରେ ଏବେ ଘରେ ବସିଛି। ବୋଧହୁଏ ମୋ କଥାବାର୍ତ୍ତା କାହାକୁ ପସନ୍ଦ ଲାଗୁନାହିଁ ବୋଲି ସେ କହିଛନ୍ତି। ନିକଟରେ ନାଶିରୁଦ୍ଦିନ ଶାହ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ, ଆଜିକାଲି ଗୋଟିଏ ଗାଈର ମୃତ୍ୟୁକୁ ଯେତିକି ପ୍ରାଧାନ୍ୟ ଦିଆଯାଉଛି, ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁକୁ ସେତିକି ପ୍ରାଧାନ୍ୟ ଦିଆଯାଉନାହିଁ। ଏହାକୁ ନେଇ ଅନେକ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଗାଳି ଦେଇ ପାକିସ୍ତାନ ଚାଲିଯିବାକୁ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share