ବଲିଉଡ୍‌ରେ ଝିଅକୁ ଲଞ୍ଚ କରିବାକୁ ଚାହୁଁ ନାହାନ୍ତି କାଜଲ-ଅଜୟ!

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ପରେ ଏବେ ଏହି ମାୟା ନଗରୀରେ ନେପୋଟିଜିମ ବା ପ୍ରିୟାପ୍ରିତି ପୋଷଣକୁ ନେଇ ଖୁବ୍‌ ଆଲୋଚନା ହେଉଛି। ସୋସିଆଲ ମିଡିଆରେ ଷ୍ଟାର କିଡ୍ସ ଓ ତାଙ୍କୁ ଲଞ୍ଚ କରୁଥିବା ବ୍ୟକ୍ତିଙ୍କୁ ୟୁଜର୍ସ ଅନ୍‌ଫଲୋ କରୁଥିବା ଦେଖାଗଲାଣି। ଏହି ସମୟରେ ଅଭିନେତ୍ରୀ କାଜଲ ଇନଷ୍ଟାଗ୍ରାମରେ ନିଜ ଝିଅ ନ୍ୟାସାଙ୍କ ବଲିଉଡ୍‌ ଏଣ୍ଟ୍ରିକୁ ନେଇ ଚମକାଇବା ଭଳି ଖବର ଦେଇଛନ୍ତି। କିଛି ପ୍ରଶ୍ନର ଉତ୍ତର ଦେବା ସମୟରେ କାଜଲ କହିଛନ୍ତି, ନ୍ୟାସାଙ୍କୁ ସେ ବଲିଉଡ୍‌ରେ ଲଞ୍ଚ କରିବାକୁ ଚାହୁଁ ନାହାନ୍ତି। ଆଉ ଏକ ପ୍ରଶ୍ନରେ ନ୍ୟାସାଙ୍କର ବଲିଉଡ୍‌କୁ ଆସିବାକୁ ଇଚ୍ଛା ଅଛି କି ନା ପଚାରିବାରୁ କାଜଲ କହିଥିଲେ ନା। ସୂଚନାଯୋଗ୍ୟ, ଅଜୟ ଦେବଗନ ଓ କାଜଲଙ୍କ ଝିଅ ନ୍ୟାସା ଏବେ ମାତ୍ର ୧୭ ବର୍ଷର ହୋଇଥିବା ବେଳେ ଇନଷ୍ଟାଗ୍ରାମରେ ଖୁବ୍‌ ଲୋକପ୍ରିୟ।

Share