ବଲିଉଡ୍‌ରେ ରିଲିଜ୍‌ ହୋଇଥିବା ୨୦୧୯ର ବିବାଦୀୟ ଚଳଚ୍ଚିତ୍ର

ମୁମ୍ବାଇ: ବଡ ପରଦାରେ ୨୦୧୯ରେ ଆସିଥିବା କିଛି ଫିଲ୍ମ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁ ପାରିଥିଲା। ଏହାସହ ବକ୍ସ ଅଫିସରେ ଭଲ ବିଜନେସ୍‌ ମଧ୍ୟ କରିଥିଲା। ହେଲେ ଆଉ କିଛି ଫିଲ୍ମ ଚାଲି ଆସିଥିଲା ବିବାଦ ଘେରକୁ।


ପାନିପତ: ଡିସେମ୍ବର ୬ରେ ସଞ୍ଜୟ ଦତ୍ତ, ଅର୍ଜୁନ କପୁର ଓ କ୍ରିତି ସାନନଙ୍କ ଷ୍ଟାର କାଷ୍ଟରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ପାନିପତ’। ହେଲେ ଏହାର ଏକ ଦୃଶ୍ୟ ଓ ଡାଏଲଗ ଆସିଯାଇଥିଲା ବିବାଦ ମଧ୍ୟକୁ। ସୁରଜମଲଙ୍କ ଉପରେ ଆଧାରିତ ଏହି ଦୃଶ୍ୟକୁ ଜାଟ୍‌ ସମ୍ପ୍ରଦାୟ ବିରୋଧ କରିଥିଲେ। ଏହାପରେ ବି ବକ୍ସ ଅଫିସରେ ଭଲ ବିଜନେସ୍‌ କରିଛି ପାନିପତ।

ପତି ପତ୍ନୀ ଔର ଓ୍ବ: କାର୍ତ୍ତିକ ଆର୍ଯ୍ୟନ୍‌, ଭୂମୀ ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଷ୍ଟାର କାଷ୍ଟରେ ନିର୍ମାଣ କରାଯାଇଥିଲା ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’। ଏହା ରିଲିଜ୍‌ ହେବା ପରେ ଆସିଯାଇଥିଲା ବିବାଦକୁ। ଏଥିରେ କାର୍ତ୍ତିକଙ୍କ ଏକ ଡାଏଲଗକୁ ନେଇ ହୋଇଥିଲା କଣ୍ଟ୍ରୋଭର୍ସି। ଏହାପରେ ଉକ୍ତ ଡାଏଲଗକୁ ବଦଳାଇ ଦିଆଯାଇଥିଲା ଓ ଫିଲ୍ମ ଭଲ ବ୍ୟବସାୟ କରିଥିଲା।

ଇଣ୍ଡିଆଜ ମୋଷ୍ଟ ଓ୍ବାଣ୍ଟେଡ: ମେ ୨୪, ୨୦୧୯ରେ ପରଦାକୁ ଆସିଲା ଫିଲ୍ମ ‘ଇଣ୍ଡିଆଜ ମୋଷ୍ଟ ଓ୍ବାଣ୍ଟେଡ’। ଏଥିରେ ଅର୍ଜୁନ କପୁର ଲିଡ୍‌ ରୋଲରେ ଆସିଥିଲେ। ଏହି ଫିଲ୍ମରେ ସେ ଭଗବତ ଗୀତା ଓ କୋରାନକୁ ନେଇ ଏକ ଡାଏଲଗ କହିଥିଲେ ଯାହା ପରବର୍ତ୍ତି ସମୟରେ ବିବାଦୀୟ ହୋଇ ପଡିଥିଲା। ଏହା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାରୁ ଏହାକୁ ପରେ ହଟାଇ ଦିଆଯାଇଥିଲା।

କବିର ସିଂ: ସାହିଦ କପୁର ଓ କିୟାରା ଆଡଭାନୀଙ୍କ ଲିଡ୍‌ ରୋଲରେ ୨୧ ଜୁନ୍‌ ୨୦୧୯ରେ ପରଦାକୁ ଆସିଲା ‘କବିର ସିଂ’। ଏହା ବକ୍ସ ଅଫିସରେ ଭଲ ବିଜନେସ୍‌ କଲା। ହେଲେ ଏଥିରେ କିୟାରାଙ୍କ ଭୂମିକାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା।

ଜଜମେଣ୍ଟାଲ ହେ କ୍ୟା: କଙ୍ଗନା ରାନାଓ୍ବତ ଓ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’୨୬ ଜୁଲାଇ ୨୦୧୯ରେ ରିଲିଜ୍‌ ହୋଇଥିଲା। ପ୍ରଥମେ ଏହି ଫିଲ୍ମର ନାଁ ‘ମେଣ୍ଟାଲ ହେ କ୍ୟା’ ରଖାଯାଇଥିଲା। ହେଲେ ଏହା ବିବାଦ ଘେରକୁ ଆସିଯିବାରୁ ଏଥିରେ ପରିବର୍ତ୍ତନ କରି ‘ଜଜମେଣ୍ଟାଲ ହେ କ୍ୟା’ ରଖାଯାଇଥିଲା।

Share