ବଲିଉଡ୍‌ ଅଭିନେତ୍ରୀ ନିମିଙ୍କ ପରଲୋକ

ମୁମ୍ବାଇ,୨୬।୩: ବଲିଉଡର ଭେଟେରାନ୍‌ ଅଭିନେତ୍ରୀ ନିମିଙ୍କର ବୁଧବାର ୮୮ ବର୍ଷ ବୟସରେ ପରଲୋକ ହୋଇଛି। ପ୍ରଥମେ ଫିଲ୍ମ ନିର୍ମାତା ଶେଖର ଏହି ସୂଚନା ଦେଇଥିଲେ। ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସେ କିଛିଦିନ ହେବ ହସ୍ପିଟାଲରେ ଥିବା ବେଳେ ବୁଧବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୁରୁବାର ଅପରାହ୍ନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବ। ନିମି ଲେଖକ ଅଲି ରାଜାଙ୍କୁ ବିବାହ କରିଥିବା ବେଳେ ତାଙ୍କର ୨୦୦୭ରେ ମୃତ୍ୟୁ ଘଟିଛି। ୧୯୪୯-୧୯୬୫ ପର୍ଯ୍ୟନ୍ତ ନିମି ବଲିଉଡରେ ସକ୍ରିୟ ଥିଲେ। ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ରହିଛି ବରଷାତ୍‌, ବସନ୍ତ ବାହାର ମେରା ମେହବୁବ ଓ ଲଭ୍‌ ଆଣ୍ଡ ଗଡ୍‌ ଇତ୍ୟାଦି।

Share